ବାରିପଦା- ସ୍ଥାନୀୟ ଜୁବିଲି ଲାଇବ୍ରେରୀ ପଡିଆରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ବାର୍ଷିକ ଗୀତା ଜ୍ଞାନ ଯଂଜ୍ଞ ( ପ୍ରବଚନ) ଉଦଘାଟିତ ହୋଇଯାଇଛି l ପ୍ରବକ୍ତା ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ଵାମୀ ସଦାନନ୍ଦ ସରସ୍ବତୀ,ଚିନ୍ମୟ ମିଶନ ବାରିପଦା ର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଚିନ୍ମୟ ମିଶନ ଦେଉଳଡିହା, କେଉଁଝର ର ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଜଗନ୍ନାଥ ସଂସ୍କୃତି ଗବେଷକ ଭାଗବତ ପଣ୍ଡା, ସଭାପତି ବିଜୟ ଲେଙ୍କା ଦୀପ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଂଜଳନ ପୂର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଆସନ୍ତା ୧୪ତାରିଖ ପ୍ରଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ ରୁ ୮ ଶ୍ରୀମଦ ଭାଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟ ଗୁଣତ୍ରୟ ଯୋଗ ଓ ସକାଳ ୭ ରୁ ୮ କଠୋପନିଷଦ ବିଷୟରେ ସ୍ଵାମୀ ସଦାନନ୍ଦ ସରସ୍ବତୀ ପ୍ରବଚନ ଦେବେ l
ତତସହିତ ବିଭିନ୍ନ ସ୍କୁଲ କଲେଜ ପିଲାମାନଙ୍କୁ ସ୍ବାମୀଜୀ ଉଦବଦନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂପାଦକ ଅଜିତ ବେହେରା ସୂଚନା ଦେଇଥିଲେ।
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କଷାଧକ୍ଷ ପ୍ରଦୀପ ମହାନ୍ତି, ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି, ତପନ ପଟ୍ଟନାୟକ, ସମ୍ପଦ ଦାସ, ହୃଦାନନ୍ଦ ଆଚାର୍ଯ୍ୟ, ଲଷ୍ମୀ ପାଣି, ଶ୍ରୀଧର ପରିଡା, ଗିରିଜା ଶଙ୍କର ମହାନ୍ତି, କବିତା ଦାସ, ଡ଼ା ସୁନନ୍ଦନ ମିଶ୍ର, ବିଷ୍ଣୁପଦ ବେରା, କମଳିନୀ ଷଡ଼ଙ୍ଗୀ, ମାଳତୀ ପରିଡା, ସୁରେଶ୍ୱରୀ ମହାନ୍ତି, ସ୍ଵର୍ଣ୍ଣଲତା ସାହୁ, ସୌଦାପ୍ରଭା ମହାନ୍ତି, ବାପି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

