Img 20251108 wa0222

ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଏକାଦଶ ସଂସ୍କରଣ ପାଇଁ ଜୋର ଦାର ପ୍ରସ୍ତୁତି

ରାଜ୍ୟ
  • ନଭେମ୍ବର 13 ରୁ 16 ଚାରିଦିନ ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପ୍ରତି ଯୋଗିତା

ବାରିପଦା: ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଏକାଦଶ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି l
ଚଳିତ ବର୍ଷ କିଛି ନୂଆ କରିବାର ସ୍ବପ୍ନକୁ ସାକାର କରି ପିଲା ଓ ଅଭିଭାବକଙ୍କୁ ନିଆରା ଅନୁଭୁତି ଦେବାର ସୁଯୋଗ ସୃଷ୍ଟି ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ବାରିପଦା ଶିଶୁ ଉଦ୍ୟାନ ରେ ନଭେମ୍ବର 13 ରୁ ଆରମ୍ଭ ହୋଇ 16 ପର୍ଯ୍ୟନ୍ତ ଏହି ମହୋତ୍ସବ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତି ଯୋଗିତା ଓ କର୍ମଶାଳା ସାଙ୍ଗକୁ ଅନେକ କିଛି କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆ ଯାଇଛି l
ସୂଚନା ମୁତାବକ ପ୍ରତିଦିନ ସକାଳ 8 ବେଳକୁ ପ୍ରାର୍ଥନା ସଭା ଆରମ୍ଭ ହେବ l ଏଥିରେ ଛାତ୍ର ଛାତ୍ରୀ ଓ ଅଭିଭାବକ ସାମିଲ ହେବେ l ପରେ ପରେ ଯୋଗ ଶିବିରରେ ସମସ୍ତେ ଯୋଗ ଦେବେ l ସକାଳ 8 ଟା 30 ରୁ ଯେଉଁ ଯେଉଁ ପ୍ରତିଯୋଗିତା ଆରମ୍ଭ ହେବ ପଞ୍ଜିକୃତ ପ୍ରତିଯୋଗୀ ମାନେ ସେଥିରେ ଅଂଶ ଗ୍ରହଣ କରିବେ ଳ ଚାରୋଟି ଗ୍ରୁପରେ ପିଲାମାନଙ୍କର 45 ରୁ ଅଧିକ ପ୍ରତିଯୋଗିତା l ପୁଣି ପିଲାଙ୍କ ସହ ଆସିଥିବା ଅଭିଭାବକ ଅଭିଭାବିକାଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ପ୍ରତିଯୋଗିତା ରହିଛି l ପ୍ରଥମ ଦିନ ଏହି ମହୋତ୍ସବକୁ ଓଡିଶା ଚିନ୍ମୟ ମିଶନର ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ବତୀ ମହାରାଜଜୀ ଉଦ୍ଘାଟନ କରିବେ l ତାଙ୍କରି କରକମଳରେ ସଞ୍ଜୟ କୁମାର ଚୌଧୁରୀଙ୍କ ଅନୁବାଦିତ ଲୋକ କାହାଣୀ ଗଳ୍ପ ସଂକଳନ ଜୀବନ ମନ୍ତ୍ର ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ ହେବ l ନଭେମ୍ବର 13 ତାରିଖ ପୂର୍ବାହ୍ନରେ ମାସ ପେଣ୍ଟିଙ୍ଗ କାର୍ଯ୍ୟକ୍ରମରେ ଖ୍ୟାତନାମା ଚିତ୍ର ଶିଳ୍ପୀଙ୍କ ସହ ମିଶି ପିଲାମାନେ ଚିର ସବୁଜ ଶିମିଳିପାଳ ଥିମ ରେ 5ଫୁଟ ଲମ୍ବ ଓ 50 ଫୁଟ ଓସାରର, 250 ବର୍ଗଫୁଟ ବିଶିଷ୍ଟ ବିଶାଳ ପେଣ୍ଟିଙ୍ଗ ଆଙ୍କିବେ l ଏଭଳି ନିଆରା ଉଦ୍ୟମ ପୂର୍ବରୁ କେହି କେବେ କରି ନ ଥିବା ବେଳେ ଏହା ପ୍ରଥମ ଥର ପାଇଁ ପିଲାଙ୍କ ଦ୍ୱାରା ରେକର୍ଡ ହେବ l
ନଭେମ୍ବର 13 ତାରିଖ ଅପରାହ୍ନ 3ଟାରେ ସହିଦ ସ୍ମୃତିଭବନ ଠାରୁ ସଂସ୍କୃତି ଭବନ ମଧ୍ୟରେ ବାରିପଦାରେ ପ୍ରଥମଥର ଲାଗି ରାସ୍ତା ଉପରେ ପଥଉତ୍ସବ ଅନୁଷ୍ଠିତ ହେବ l ଏଥିରେ ସମସ୍ତେ ସାମିଲ ହୋଇ ନିଜ ନିଜର କଳା କୌଶଳ ଦେଖାଇ ପାରିବେ l ଗୀତ ଗାଇ ପାରିବେ, ବାଦ୍ୟ ଯନ୍ତ୍ର ବଜାଇ ଦେଖାଇ ପାରିବେ, ଓଡିଶୀ,ଝୁମର, ଛଉ,ଆଦିବାସୀ ବେଶ ପୋଷାକରେ ଆସି ନୃତ୍ୟ ଓ ରେକର୍ଡ ଡ୍ୟାନ୍ସ କରି ପାରିବେ, ମ୍ୟାଜିକ ଦେଖାଇ ପାରିବେ, ସୁନ୍ଦର ବେଶ ପୋଷାକରେ ଆସି ଧ୍ୟାନ ଆକର୍ଷଣ କରି ପାରିବେ, ରାସ୍ତା ଉପରେ ଦରି ପକାଇ ଯୋଗ କରି ପାରିବେ, ଦୁଃସାହାସିକ କ୍ରୀଡା କୌଶଳ ଦେଖାଇ ପାରିବେ ଏହି ପରି ଅନେକ କିଛି କଳା କୌଶଳ ଦେଖାଇ ପାରିବେ l ନଭେମ୍ବର 13 ତାରିଖ ସନ୍ଧ୍ୟା 6 ରୁ 7ଟା 30 ମଧ୍ୟରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସୋ ଡ୍ୟାନ୍ସ ଅନୁଷ୍ଠିତ ହେବ l ନୃତ୍ୟ ଶଳ୍ପୀ ବର୍ଣ୍ଣରୂପା ମହାନ୍ତିଙ୍କ ନିର୍ଦ୍ଦେଶନାରେ ମୟୂରୀ ଥିମ ସଙ୍ଗ ହିପ ହିପ ହୂରରେ କୁ ହରିହର କଳା ମନ୍ଦିରର କଳାକାରମାନେ ପ୍ରଥମ ଥର ପାଇଁ ପରିବେଷଣ କରିବେ l
ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଚାରିଦିନ ଧରି ତାଙ୍କର ବାଲୁକା କଳା ପ୍ରଦର୍ଶନ କରି ଆଗ୍ରହୀ କୁନି ଶିଳ୍ପୀ ମାନଙ୍କୁ ବାଲୁକା କଳା ସମ୍ପର୍କରେ ଶିକ୍ଷା ଦେବେ l ଦ୍ଵିତୀୟ ଦିନ ନଭେମ୍ବର 14 ତାରିଖରେ ଯୁବ ସଂସ୍କାର କାର୍ଯ୍ୟକ୍ରମର ମୁଖ୍ୟ ପ୍ରବକ୍ତା, ସେବକ ଗୋପାଳ ଦାସ ମୁଖ୍ୟ ଅତିଥି ଭାବେ ଆସି ପିଲା ଓ ଉପସ୍ଥିତ ଅଭିଭାବକଙ୍କୁ ଉଦବୋଧନ ଦେବେ l ଏହି ଅବସରରେ ତାଙ୍କରି କର କମଳରେ ସୁଲେଖିକା ନିରୁପମା କବି ଙ୍କ ଲିଖିତ ଶିମିଳି ପାଳ ର ବାଘ ଓ ଝାର ଖଣ୍ଡୀ ହାତୀ ( ପିଲାଙ୍କ ଗଳ୍ପ ସଂକଳନ ) ଉନ୍ମୋଚିତ ହେବ l ସେହିଦିନ ବିଶିଷ୍ଟ ଶିଳ୍ପୀ କଲ୍ୟାଣ ବାରିକ ମୂର୍ତ୍ତିକା କଳାର କଳା କୌଶଳ ଶିକ୍ଷା ଦେବେ l 14 ତାରିଖ ଶୁକ୍ରବାର ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉପରେ ଆଧାରିତ ନାଟକ ଭୂଇଁ ରୁ ଆକାଶ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେବ l ନଭେମ୍ବର 15 ତାରିଖରେ ବିଶିଷ୍ଟ ଶିଳ୍ପୀ ସୁନାରାମସିଂ ପିଲାଙ୍କୁ ବସାଇ ସେମାନଙ୍କ ସାମ୍ନାରେ ଲାଇଭ ପୋଟ୍ରେଟ ଅଙ୍କନ କରିବା ସହ ପିଲାଙ୍କୁ ଚିତ୍ର କଳା ବାବଦରେ ଶିକ୍ଷା ଦେବେ l ସେହିଦିନ ଖ୍ୟାତନାମା ଶିଳ୍ପୀ ସମରେନ୍ଦ୍ର ବେହେରା ସ୍ମକ ଆର୍ଟ ଓ ମୁଦ୍ରଣ କଳାର କଳା କୌଶଳ ପିଲାଙ୍କୁ ଶିଖାଇବେ l
ନଭେମ୍ବର 15 ତାରିଖ ଶନିବାର ସନ୍ଧ୍ୟା ରେ ଶିମିଳିପାଳ ଉପରେ ଆଧାରିତ ନାଟକ କାନ୍ଦୁଛି ବନାନୀ ଶିଶୁ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେବ l
ନଭେମ୍ବର 16 ତାରିଖରେ ଶିକ୍ଷାବିତ ଜଗନ୍ନାଥ ସାହୁଙ୍କ ବିଜ୍ଞାନ ଭିତ୍ତିକ ମ୍ୟାଜିକ ସୋ ପ୍ରଦର୍ଶିତ ହେବ l ଚଳିତ ବର୍ଷ ମୁଁ ମୟୂରଭଞ୍ଜିଆ ନାମ ରେ ଏକ ଭିନ୍ନ ସ୍ୱାଦର ପ୍ରତିଯୋଗିତା ଉଭୟ ପିଲା ଓ ଅଭିଭାବକ ଙ୍କ ମଧ୍ୟରେ ହେବ l ସେମାନେ ମୟୂର ଭଞ୍ଜ ମାଟିରେ ଜନ୍ମ ନେଇ କେତେ ଗର୍ବିତ ସେ ସମ୍ପର୍କରେ କହିବେ l ଏହା ବ୍ୟତୀତ ମୁଁ ହେବି କୁନି ରିପୋର୍ଟର କର୍ମ ଶାଳାରେ ପିଲାଙ୍କୁ ଆଙ୍କରିଂ କରିବାର କଳା କୌଶଳ ଓ ଭଏସ ମଡ୍ୟୁଲେସନ ଶିକ୍ଷା ଦିଆ ଯିବ, ବର୍ଣ୍ଣବୋଧ ଚର୍ଚ୍ଚା ରେ ପିଲାଙ୍କୁ ଓ ଅଭିଭାବକଙ୍କୁ ବର୍ଣ୍ଣବୋଧର ଗୁଢ ଓ ମାର୍ମିକ ତତ୍ତ୍ୱ ବୁଝା ଯିବା ସହ ଅନେକ ପ୍ରକାରର କର୍ମଶାଳା ମାଧ୍ୟମରେ ପିଲାଙ୍କ ମାନସିକ, ବୌଦ୍ଧିକ ଓ ଆତ୍ମିକ ସର୍ବୋପରି ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱ ଦିଆ ଯିବ l ପ୍ରତିଦିନ ବିଭିନ୍ନ ଅଧିବେଶନରେ ବହୁ ଜ୍ଞାନୀ ଗୁଣି ଆଦର୍ଶ ବ୍ୟକ୍ତିତ୍ୱ ଓ ପ୍ରାଶାସନିକ ଅଧିକାରୀଙ୍କର ପାଦ ଏହି ମହୋତ୍ସବ ମଞ୍ଚରେ ପଡ଼ିବ l ଯେଉଁ ମାନଙ୍କ ଠାରୁ ପିଲାମାନେ ଅନେକ କିଛି ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ l 16 ତାରିଖ ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ସମ୍ପନ୍ନ ହେବ l

Shrutilipi ad