It raid 1068x601

ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍

ରାଜ୍ୟ

ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆୟକର(ଆଇଟି) ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୁନେଦ ଗତ ଶୁକ୍ରବାର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଜୁନେଦଙ୍କ ଘର ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ ରାଜନୈତିକ ମହଲରେ ଏହି ଚଢ଼ାଉକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ନିର୍ବାଚନ ସମୟରେ ଏପରି ଚଢ଼ାଉକୁ ନେଇ ନାନା ପ୍ରଶ୍ନ ଉଠୁଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ନେତାଙ୍କୁ ହଇରାଣ କରିବା ଲାଗି ଶାସକ ଦଳ ସରକାରୀ କଳକୁ ବ୍ୟବହାର କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Shrutilipi ad