ବାରିପଦା : ସମଗ୍ର ଶିକ୍ଷା, ମୟୂରଭଞ୍ଜ ତରଫରୁ ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ମହାସମାରୋହରେ ସ୍ଥାନୀୟ ସହୀଦ ସ୍ମୃତି ଭବନ ଠାରେ ଉଦଘାଟନ ହୋଇଯାଇଅଛି. ଉକ୍ତ ଉତ୍ସବଟିକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣିଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ସଭା ଆୟୋଜନ କରାଯାଇଥିଲା. ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳୀ ମୁର୍ମୁ ଯୋଗଦେଇଥିଲେ. ସନ୍ନମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶଶୀଧର ସିଂ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ. ବ୍ଲକ ସ୍ତରରୁ କୃତିତ୍ୱ ଅର୍ଜନ କରି ଜିଲ୍ଲା ସ୍ତରକୁ ଆସିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତ ଜଣାଇବା ସହିତ ଆଜିର ଜିଲ୍ଲା ସ୍ତରୀୟ ସୁରଭିରେ ଯେଉଁମାନେ ପ୍ରତେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ଯିବେ ସେମାନଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ. ମାନ୍ୟବର ବିଧାୟିକା ପିଲାମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରହିଵା ପାଇଁ ପରାମର୍ଶ ଦେଇଥିଲେ ଓ ଜୀବନରେ ପ୍ରତେକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅନୁପ୍ରେଣିତ କରିଥିଲେ. ତାଙ୍କ ଉଦବୋଧନ ସେ ମଧ୍ୟ କହିଥିଲେ ସୁରଭି ମହୋତ୍ସବ ହେଉଛି ପାଠ୍ୟ ଖସଡ଼ା ବାହାରେ ଏକ ଶିକ୍ଷା ଯାହାକି ପିଲାମାନଙ୍କୁ ଗଢି ତୋଳିବାର ଏକ ମାଧ୍ୟମ. ସୁରଭି ମହୋତ୍ସବ ଟି ଗତ ତା ୧୭ ରୁ ୧୯ ସେପ୍ଟେମ୍ବର ମାସରେ ବିଦ୍ୟାଳୟ ସ୍ତରରେ, ତା ୯ ରୁ ୧୧ ଅକଟୋବର ମଧ୍ୟରେ ଆଞ୍ଚଳିକ ସ୍ତରରେ ଓ ତା ୧୪ ରୁ ୧୭ ଅକଟୋବର ୨୦୨୫ ରେ ଗୋଷ୍ଠୀ (ବ୍ଲକ) ସ୍ତରରେ ଶେଷ କରାଯାଇଥିଲା. ଯେଉଁମାନେ ବ୍ଲକ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ଜିଲ୍ଲା ସ୍ତର ସୁରଭିରେ ଯୋଗ ଦେଇଛନ୍ତି. ହେବାକୁ ଥିବା ୩୨ ଗୋଟି ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଆସନ୍ତା ତା ୧୧.୧୧.୨୫ ଠାରୁ ରାଜ୍ୟ ସ୍ତରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ. ଛଅ ଗୋଟି ବିଭାଗରେ ଭିନ୍ନକ୍ଷମ ପିଲାମାନେ ଅଂଶଗ୍ରହଣ କରିଥିଲେ. ମାନ୍ୟବର ବିଧାୟିକା ଦଳଗତ ଭାବେ ଅଂଶଗ୍ରଣ କରି ନୃତ୍ୟ କରୁଥିବା ଦଳଗୁଡିକୁ ଭୁୟୀଅସି ପ୍ରସଂସା କରିଥିଲେ. ୨୬ଗୋଟି ବ୍ଲକରୁ ୧୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ. ସମସ୍ତ ବ୍ଲକ ରୁ ଗୋଷ୍ଟୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷକ, ଭିନ୍ନକ୍ଷମ ପିଲାଙ୍କର ପିତା ମାତା ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ମାନେ ମଧ୍ୟ୍ୟ ଯୋଗ ଦେଇଥିଲେ. ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ, ଶୀମତୀ ଶୈଳବାଳା ବେହେରା, ମିନର୍ଭା ଦାସ, ପ୍ରଫୁଲ୍ଲ ମହାନ୍ତି, ଗରେନ୍ଦ୍ର ମହାନ୍ତ, ପଦ୍ମିନୀ ପାଢ଼ୀ ଓ ଅଶ୍ଵନି ସିଂ ପ୍ରମୁଖ ସାଫଳ ରୂପାୟନ ପାଇଁ ସହଯୋଗ କରିଥିଲେ |

