Img 20251106 wa0168

ସଦଭାବନା ସମିତିର ମାସିକ ସନ୍ଥ ଦିବସ ପାଳିତ

ରାଜ୍ୟ
ବାରିପଦା-  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ସ୍ଥାନିୟ ଗୋପବନ୍ଧୁ ଭବନ ଠାରେ ସଦଭାବନା ସମିତି ଆନୁକୂଲ୍ୟରେ ୫୫୭ତମ ମାସିକ ସନ୍ଥ ଦିବସ। ପାଳିତ ହୋଇଯାଇଛି। ସମିତିର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ନଭେମ୍ବର ମାସରେ ଆବିର୍ଭାବ ହୋଇଥିବା ସନ୍ଥ ଗୁରୁ ନାନକ ଓ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଏହାପରେ ଆଜିର ଆଲୋଚ୍ୟ ବିଷୟବସ୍ତୁ “ସନ୍ୟାସୀ ସାଜି ଉପଦେଶ ଦେବା ଠାରୁ ସଂସାରୀ ସାଜି ନିଜେ ଉଦାହରଣ ହେବା ଖୁବ ଭଲ ” ଉପରେ ଆଲୋଚନା ହୋଇଥିଲା।
ସମ୍ମାନିତ ଅତିଥି ଭାବେ  ସାମ୍ବାଦିକ ଡ଼ ବିଜୟ କୁମାର ଅଗ୍ରୱାଲ, ସାମ୍ବାଦିକ ଶ୍ରୀକାନ୍ତ ସାହୁ, ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ମୁନି ସମାଜର ଶିରୀଶ ଚନ୍ଦ୍ର ସାହୁ, ସାହିତ୍ୟିକ ଅଧ୍ୟାପକ ଅବନୀ କୁମାର କୁଣ୍ଡୁ, ଅଧ୍ୟାପକ ରାଜେନ୍ଦ୍ର କୁମାର ସାମଲ,ଡ଼ କୁଞ୍ଜବନ ପୃଷ୍ଟି, ଡ଼ ଯୋଗେନ୍ଦ୍ର ନାଥ ପଣ୍ଡା, ଶ୍ରୀ ମଳୟ କୁମାର ମହାପାତ୍ର, ଶ୍ରୀ କୈବଲ୍ୟ ପ୍ରସାଦ ମହାପାତ୍ର, ଅଜିତ କୁମାର କବାଟ, ହିମାଂଶୁ ଶେଖର ଦାସ, ଅଶୋକ କୁମାର ପଲେଇ, ପଦ୍ମନାଭ ସାହୁ ପ୍ରମୁଖ ଭାରତୀୟ ସନ୍ଥ କବିଗଣଙ୍କ ସତସାହିତ୍ୟ ସଂସ୍କୃତିର ଐକତାନ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସର୍ବଧର୍ମ ଶାସ୍ତ୍ରସାର ତଥା ୫୧ ଜଣ ମହାମନୀଷୀ ସନ୍ଥ କବିଗଣଙ୍କ ପଦ ପଂକ୍ତିକୁ ନେଇ ଶ୍ରୀ ବୁଗୁଡ଼େଇଙ୍କ ସଂକଳନ ବାର୍ତ୍ତାବଳୀର ଶୁଭ ଉନ୍ମୋଚନ କରାଯାଇଥିଲା। ସମ୍ପାଦକ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad