Img 20251104 wa0169

ଚଳିତ ମାସ ୮ତାରିଖ ରୁ ଚିନ୍ମୟ ମିଶନ ଅନୁକୁଲ୍ୟ ରେ ଅନୁଷ୍ଠିତ ହେବ ଗୀତା ଜ୍ଞାନ ଯଜ୍ଞ 

ରାଜ୍ୟ
  • ପ୍ରଵଚନ ଦେବେ  ସ୍ବାମୀ ସଦାନନ୍ଦ ସରସ୍ବତୀ 
ବାରିପଦା-   ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାରରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କୁ ଅଧ୍ୟକ୍ଷତାରେ ବାର୍ଷିକ ଗୀତା ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର, ଜୁବୁଲି ଲାଇବ୍ରେରୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିଜୟ ଲେଙ୍କା  ସ୍ୱାଗତ ଭାଷଣ ଦେଇଥିଲେ ।  ଚିନ୍ମୟ ମିଶନ ଆନୁକୂଲ୍ୟରେ ଆସନ୍ତା  ନଭେମ୍ବର ୮ ତାରିଖ ରୁ ୧୪ତାରିଖ ପ୍ରଯ୍ୟନ୍ତ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର, ଜୁବୁଲି ଲାଇବ୍ରେରୀ ପଡିଆରେ ଗୀତା ଜ୍ଞାନ ଯଂଜ୍ଞ (ପ୍ରବଚନ)କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
 ଓଡ଼ିଶା ଚିନ୍ମୟ ମିଶନର ମୁଖ୍ୟ ତଥା    ଓଟିଭିର ସର୍ବେ ଭବନ୍ତୁ ସୁଖିନଃ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ପୂଜ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ  ସନ୍ଧ୍ୟା ୬.୩୦ ରୁ ୮ ଶ୍ରୀମଦ ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟ- ଗୁଣତ୍ରୟ ବିଭାଗ ଯୋଗ  ଓ ସକାଳ ୭ ରୁ ୮ କଠୋପନିଷଦ ବିଷୟରେ ଓଡ଼ିଆରେ ପ୍ରବଚନ ଦେବା ସହିତ  ସ୍ୱାମୀଜୀ ବିଭିନ୍ନ ସ୍କୁଲ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଦନ ଦେବେ ଏବଂ ସଂସ୍କାର ଶିଶୁ ମହୋତ୍ସବ ‘ମୟୁରୀ ‘ କୁ  ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଚିନ୍ମୟ ମିଶନ ର ସମ୍ପାଦକ ଅଜିତ ବେହେରା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରକାଶ କରିଥିଲେ l
ସ୍ୱାମୀ  ସଦାନନ୍ଦ ସରସ୍ବତୀ ଜଣେ ମେଧାବୀ ଛାତ୍ର ଭାବରେ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରି  ପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କୁ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୬ମସିଆରେ ସନ୍ଦୀପନୀ      ହିମାଳୟରେ ବେଦାନ୍ତ ପ୍ରଶିକ୍ଷଣ ପ୍ରାପ୍ତ କରି   ଓଡିଶା , ମୁମ୍ୱାଇ ସହିତ ଭାରତର ବିଭିନ୍ନ ସ୍ଥାନରେ ସାବଲୀଳ ଭାଷାରେ ଗୀତା ଓ ବେଦାନ୍ତର ଗୁଢ ତଥ୍ୟକୁ ବ୍ୟାଖ୍ୟା କରିବା ସହିତ  ଭାବର ସହିତ ଭାଗବତ ଓ ରାମାୟଣ ବ୍ୟାଖ୍ୟାନ କରିଆସୁଛନ୍ତି l
ଆଜିକାର ବୈଠକରେ ସଭାପତି ବିଜୟ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ, କୋଷାଧକ୍ଷ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି, ଡ଼ା ପ୍ରାଣକୃଷ୍ଣ ବେହେରା, ବିଶ୍ଵକର୍ମା ଡାକୁଆ, ଶ୍ରୀଧର ପରିଡା, ସୁରତି ଦାସ, ସବ୍ୟସାଚୀ ପଲେଇ, ଡ଼ା ସୁନନ୍ଦନ ମିଶ୍ର,  ଦିଲ୍ଲୀପ ତ୍ରିପାଠୀ, ସମ୍ପଦ ଦାସ,  ଝଣ୍ଟୁ ପାଲ, ସୁନୀଲ ନାୟକ, ହୃଦାନନ୍ଦ ଆଚାର୍ଯ୍ୟ,  କମଳିନୀ ପଟ୍ଟନାୟକ,  ସ୍ବର୍ଣ୍ଣଲତା ସାହୁ,  ପ୍ରମୁଖ ଆଲୋଚନାରେ ଭାଗ ନେବା ସହିତ ବିଭିନ୍ନ ଦାୟିତ୍ୱ ବାହନ କରିଥିଲେ l
Shrutilipi ad