Saturday, March 07, 2026
Images (1)

ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍

ଦେଶ - ବିଦେଶ

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍। ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା, ଚୀନ୍ ଉପରୁ ୧୦% ଶୁଳ୍କ ହ୍ରାସ କରିଥିଲା। ଏବେ ଚୀନ୍ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ଆଶ୍ୱସ୍ତି ଦେଇଛି।

ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକର ପ୍ରମୁଖ ପ୍ରଭାବ ଏବେ ଦେଖିବାକୁ ମିଳୁଛି। ଆମେରିକା-ଚୀନ୍ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ପ୍ରାୟ ସ୍ଥଗିତ ହୋଇଯାଇଛି। ଚୀନ୍ ବୁଧବାର ଏକ ବଡ଼ ଘୋଷଣା କରି କହିଛି ଯେ, ସେ ଚୀନକୁ ଆସୁଥିବା ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ଏହାର ୨୪% ଶୁଳ୍କକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବ। ଏବେ ଆମେରିକୀୟ ସାମଗ୍ରୀ ଉପରେ ଚୀନ୍ ବ୦% ଶୁଳ୍କ ଲାଗୁ କରିବ। ଚୀନ୍ ଦ୍ୱାରା ଏହି ନିଷ୍ପତ୍ତି ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଉତ୍ତେଜନା ହ୍ରାସର ସଙ୍କେତ ଦେଇଛି।

ଚୀନର State Council Tariff Commission ଦ୍ୱାରା ଜାରି ଏକ ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଶ୍ୱର ସର୍ବବୃହତ କୃଷିଭିତ୍ତିକ ଜିନିଷ ଆମଦାନୀକାରୀ ଚୀନ୍, ଚଳିତ ମାସ ନଭେମ୍ବର ୧୦ ତାରିଖରୁ ଆମେରିକୀୟ କୃଷି ଉତ୍ପାଦ ଉପରେ ଲାଗୁ ହୋଇଥିବା ୧୫% ପର୍ଯ୍ୟନ୍ତ ଟାରିଫ୍ ପ୍ରତ୍ୟାହାର କରିବ।

ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଥିଲେ ଯେ, “ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ। ଆପଣ ଜାଣନ୍ତି, ମୁଁ ଫେଣ୍ଟାନିଲ୍ ଯୋଗୁଁ ଚୀନ ଉପରେ ୨୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲି। କିନ୍ତୁ ସେମାନଙ୍କ ମୋ କଥା ଶୁଣିବା ପରେ, ମୁଁ ଏହାକୁ ୧୦ ପ୍ରତିଶତ ହ୍ରାସ କରିଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।”

Shrutilipi ad