Img 20251104 wa0167

ବିଦ୍ୟାଭାରତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ରାଜ୍ୟ
ବାରିପଦା: ତକତପୁର ସ୍ଥିତ ବିଦ୍ୟାଭରତୀ  ଶିଶୁ ବିଦ୍ୟାମନ୍ଦିରରେ ୩ୟ ବାର୍ଷିକୀ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏଥି ମେଳାରେ ବିଭିନ୍ନ ପ୍ରୋଜେକଟ କୁନିକୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା I ମୁଖ୍ୟଅତିଥି ଭାବେ ଯୋଗଦେଇ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଦିଲ୍ଲୀପ କୁମାର ଦାସ କୁନିକିନି ବୈଜ୍ଞାନିକ ମାନଙ୍କୁ    ପୁରସ୍କୃତ କରିବା ସହ ସମାଜର ବିକାଶ ଦିଗରେ ବିଜ୍ଞାନର ଉପୋଯୋଗିତା ଉପରେ ଆଲୋକପାତ କରିଥିଲେ I  ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରିତା ଶତପଥି ଗୁରୁଜୀ କୃଷ୍ଣ ଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁଦାମ ମହାନ୍ତ ଓ ପ୍ରୀତିପ୍ରତିମା ପତି ସଭାପରିଚାଳନା କରିଥିଲେ I ଶେଷରେ ଗୁରୁମା କଲ୍ୟାଣୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଶ୍ରେଷ୍ଠ କୁନି ବୈଜ୍ଞାନିକ ଭାବେ ଲୋମିସ୍ମିତା ସୋରେନ, ଆଦିତ୍ୟନାରାୟଣ ଶତପଥି, ଆଦ୍ୟାଶା ମହାନ୍ତ, ମନିଷା ମହାନ୍ତ, ଜିତ ଜୟପ୍ରକାଶ ବାରିକ, ଯଶୋବନ୍ତ ବାରିକ ଓ ରୁଇହ୍ୟା ବେଶ୍ରା ପୁରସ୍କୃତ ହୋଇଥିଲେ I
Shrutilipi ad