ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ କରିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍। କେତେ ଠକିଛ ହିସାବ ଦିଅ। ଝାଳନାଳ କଲେଣି ଆୟକର ଅଫିସର।

