ବାରିପଦା : ପ୍ରଖ୍ୟାତ ନିର୍ଦ୍ଦେଶକ ଓ ଅଭିନେତା ଧୀର ବଶାଙ୍କ ଆବାହକତ୍ୱରେ ଓମ ନାଟ୍ୟ ସଂସ୍ଥା ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଓମ ନାଟ୍ୟସଂସ୍ଥାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୬ ଦିନିଆ ନାଟକ ମହୋତ୍ସବ ଚଳିତ ମାସ ୧୩ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶହୀଦ ସ୍ମୃତି ଭବନ ରେ ଆୟୋଜିତ ହେବ ବୋଲି ସଭାପତି ଧୀର ବଶା ପ୍ରକାଶ କରିଛନ୍ତି I ଦୁଇଟି ହିନ୍ଦୀ ନାଟକ , ଗୋଟିଏ ବେଙ୍ଗଲୀ ନାଟକ ଓ ତିନୋଟି ଓଡ଼ିଆ ନାଟକ ପରିବେଷଣ କରିବା ପାଇଁ କଲିକତା, ଦିଲ୍ଲୀ ଓ ଭୁବନେଶ୍ୱର ରୁ ସୁନାମଧନ୍ୟ ନାଟ୍ୟସଂସ୍ଥା ମାନଙ୍କୁ ଆମନ୍ତ୍ରଣ କରାଯାଇଅଛି I ଶେଷ ସନ୍ଧ୍ୟାରେ ଧୀର ବଶାଙ୍କ ନିର୍ଦ୍ଦେଶନାରେ ଓମ ନାଟ୍ୟ ସଂସ୍ଥା ପରିବେଷଣ କରିବେ ଓଡ଼ିଆ ନାଟକ ” ଚିଠି ” I ନାଟ୍ୟ ମହୋତ୍ସବର ପରିଚାଳନା ପାଇଁ ଏକ କୋର କମିଟି ଗଠନ କରାଗଲା I ଏହି ବୈଠକରେ ଓମ ନାଟ୍ୟ ସଂସ୍ଥାର ନୂତନ କାର୍ଯ୍ୟବାହୀ କମିଟି ଗଠନ କରାଯାଇଅଛି I ଏହି କମିଟିରେ ସଭାପତି ଭାବେ ଧୀରେନ୍ଦ୍ର କୁମାର ବଶା, ଉପସଭାପତି ଭାବେ ପ୍ରସନ୍ନ କୁମାର ମହାନ୍ତି ଓ ଅସିତ କୁମର ଗିରି, ସାଧାରଣ ସମ୍ପାଦକ ଭାବେ ଜ୍ଞାନରଞ୍ଜନ ପଣ୍ଡା, ସହ ସମ୍ପାଦକ ଭାବେ ରଣଜିତ କୁମାର ସାହୁ, କୋଷାଧକ୍ଷ ଭାବେ ଅନୁସୂୟା ଦଲାଲ ତଥା ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ଦାଶ, ସୋମନାଥ ସିଂହ, ରାଜେଶ ଦାଶ, ଜଗଦୀଶ ଚନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ଦାସ, ଗୁହିରାମ ଜେନା, ସୁଜୟ ମହାନ୍ତି, ଜ୍ୟୋତିଶଙ୍କର ପଟ୍ଟନାୟକ, କୁମକୁମ ମହାନ୍ତି, ଦେବାନନ୍ଦ ପାତ୍ର ଓ ଶାନ୍ତନୁ ସିଂହ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି I ଉପଦେଷ୍ଠା ମଣ୍ଡଳୀରେ ସନ୍ତୋଷ ମହାନ୍ତି, ଡ଼ ବିଜୟ କୁମାର ଅଗ୍ରୱାଲ ଓ କ୍ଷୀରଦ ବିହାରୀ ସିଟ ଙ୍କୁ ମନୋନୀତ କରାଯାଇଛି I ଆଗାମୀ ନାଟ୍ୟମହୋତ୍ସବ କୁ ସଫଳ କରିବା ପାଇଁ ସଭାପତି ଶ୍ରୀ ବଶା ସମସ୍ତଙ୍କର ସହଯୋଗ କାମନା କରିଛନ୍ତି I

