ବାରିପଦା: ସମାଜରେ ବଞ୍ଚିରହିଛି ମାନବିକତା l ଏହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଅଛି l ଜଣେ ରକ୍ତ ହୀନତା ରୋଗରେ ପୀଡିତ ଜଣେ ରୋଗୀଙ୍କ ପାଇଁ ହଠାତ ରକ୍ତ ର ଆବଶ୍ୟକ ପଡିବାରୁ ଖବର ପାଇ ସଙ୍ଗେ ସଙ୍ଗେ ରକ୍ତ ଦାନ ପାଇଁ ପହଁଚିଲେ ସୁବାସ ସିଂହ l ସ୍ଥାନୀୟ ଏକ ଡାକ୍ତରଖାନାରେ ଥିବା ରକ୍ତହୀନତା ରୋଗରେ ପୀଡିତ ଇପ୍ସିତା ମହାପାତ୍ରଙ୍କୁ A+ରକ୍ତ ଅଭାବ ହେବାରୁ ବାରିପଦା ନିବାସୀ ସୁବାସ ସିଂହ ଖବର ପାଇ ରକ୍ତ ଦାନ ପାଇଁ ବାରିପଦା ସ୍ଥିତ ଓଡିଶା ରକ୍ତ ଭଣ୍ଡାରରେ ପହଁଞ୍ଚି ରକ୍ତ ଦାନ କଲେ l ତାଙ୍କର ଏହି ଭଳି ସେଵା ମନୋବୃତି ପାଇଁ ରୋଗୀ ଙ୍କ ସମ୍ପର୍କୀୟ ମାନଙ୍କ ତରଫରୁ ସୁବାସ ସିଂହଙ୍କୁ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଅଛି ।
