F dqnxsw8aailpn

ଅଜଣା ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ

ବରଗଡ : ବରଗଡ ଜିଲ୍ଲା ସଦର ଥାନା ସରସରା ପଞ୍ଚାୟତ ଗଞ୍ଜିହାଟିକରାରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘରୁ ଝୁଲନ୍ତା ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ମିଳିପାରିନାହିଁ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେପଟେ ବରଗଡ ଅତାବିରା ଥାନା କୁମେଲସିଙ୍ଘା ଗାଁରେ ଏକ ବର ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହତ୍ୟା କି ଆତ୍ମହତ୍ୟା , ତାହା ଜଣାପଡିନଥିବାବେଳେ ପୁଲିସ୍‌ ତଦନ୍ତ ଜାରି ରଖିଛି।

Shrutilipi ad