750x450 627730 whatsapp image 2025 10 27 at 115228

ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ନିଯୁକ୍ତ

ଦେଶ - ବିଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର ନେବାପରେ ନଭେମ୍ବର ୨୪ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ୨୦୨୭ ଫେବୃଆରୀ ୯ ପର୍ଯ୍ୟନ୍ତ ସେ ଦାୟିତ୍ବ ତୁଲାଇବେ। ୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାର ଜିଲାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୧୯ ମେ’ ୨୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Shrutilipi ad