ବାରିପଦା- ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ବଜାର କାଳୀପୂଜା ଓ ଅନ୍ନବସ୍ତ୍ର ମହାଯଜ୍ଞ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଅନ୍ନବସ୍ତ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତଙ୍କୁ ଅନ୍ନ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା । ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗମନ୍ତ୍ରୀ ଡା .କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଲୋକମାନଙ୍କ ସମସ୍ୟା ବୁଝିବା ସହିତ ଅନ୍ନ ବସ୍ତ୍ର ବଣ୍ଟନ କରିଥିଲେ । ସଭାପତି ଅରୁଣ କୁମାର ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭା ପ୍ରାରମ୍ଭରେ ଡ଼. ସଂଜୀବ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବାରିପଦା ସାଇ ବିଦ୍ୟାମନ୍ଦିରର ନିର୍ଦେଶକ ଡ. ପ୍ରଭଞ୍ଜନ ରାଉତ ଓ ସୁଜିତ୍ କୁମାର ସାହୁ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଦିବଂଗତ ସେବକ ଶ୍ରୀ ବଲ୍ଲଭ ଚରଣ ସାହୁଙ୍କ ସୁପୁତ୍ର ସୁଜିତ କୁମାର ସାହୁ ସମସ୍ତ ଗରିବ ଦୁସ୍ଥ ବୃଦ୍ଧ ବାଳୁତ ଦିବ୍ୟାଙ୍ଗ ମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଅନ୍ନପୂର୍ଣ୍ଣା’ ଅତିଥି ମାନଙ୍କ ଦ୍ୱାରା ଲୋକର୍ପିତ ହୋଇଥିଲା। ସର୍ବ ଶେଷରେ କମିଟିର ମୁଖ୍ୟ ଉପଦେଷ୍ଟା ସତୀଶ ଚନ୍ଦ୍ର ଦତ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ଶିଶିର ଚାନ୍ଦ ଓ କୋଷାଧ୍ୟକ୍ଷ ତପନ ମଣ୍ଡଳ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ମହୋତ୍ସବରେ ମାନ୍ୟବର ମନ୍ତ୍ରୀ କମିଟିର କର୍ମକର୍ତ୍ତାଙ୍କ ସମେତ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ମହୋତ୍ସବ ରେ ଭକ୍ତମାନଙ୍କର ନାହଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ।

