- ସଚ୍ଚିଦାନନ୍ଦ ଗୁରୁକୁଳ ତରଫରୁ ରତ୍ନାପ୍ରଭା ଦିଦିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
- ଜଣେ ଶିକ୍ଷକଙ୍କ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ
- ଜଣେ ଶିକ୍ଷକଙ୍କ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି
ବାରିପଦା: ଏକ ମର୍ମତୁନ୍ଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ପୋଲିସ ଲାଇନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନପ୍ରଭା ଷଡ଼ଙ୍ଗୀ ଙ୍କୁ ସଚ୍ଚିଦାନନ୍ଦ ଗୁରୁକୁଳ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି l ସେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇ ପୋଲିସ୍ ଲାଇନ୍ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଥିଲେ l ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି ହୋଇଥାଏ ବୋଲି ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଶୋକସଭାରେ ଯୋଗ ଦେଇ ରଙ୍ଗାମାଟିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶରତ ବେହେରା ନିଜ ବ୍ୟକ୍ତବ୍ୟରେ ପ୍ରକାଶ କରିଥିଲେ l ସେହିଭଳି ଜଣେ ଶିକ୍ଷକଙ୍କ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ ବୋଲି ଉପସ୍ଥିତ ଅନ୍ୟ ଜଣେ ଶିକ୍ଷକ ଗୌରାଙ୍ଗ ଧୀର କହିଥିଲେ l ଅବସରପ୍ରାପ୍ତ ଶିକ୍ଷକ ନବୀନ ରାଉତ, ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟ ର ଟ୍ରଷ୍ଟି ସବ୍ୟସଚୀ ପଳେଇ ପ୍ରମୁଖ ଶିକ୍ଷୟତ୍ରୀଙ୍କ ମୃତ୍ୟୁ କୁ ନେଇ ଶୋକ ପ୍ରକାଶ କରିବା ସହିତ ରାସ୍ତାର ଦୁଇ କଡ଼ରେ ଦୋକାନ ମାନଙ୍କ ଅବରୋଧ ଯୋଗୁ ଏହିଭଳି ଏକ ଘଟଣା ଘଟିଲା ବୋଲି କହିଥିଲେ l
ସଭାପୂର୍ବରୁ ମୃତ ଶିକ୍ଷୟତ୍ରୀଙ୍କ ଆତ୍ମାର ସଦଗତି ଓ ଦୁର୍ଘଟଣା ରେ ଆହତ ହୋଇଥିବା ତାଙ୍କ ସ୍ବାମୀ ସିଦ୍ଧେଶ୍ୱର ମିଶ୍ର ଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନ ନିକଟରେ ନିରବ ପ୍ରାର୍ଥନା କରିଥିଲେ l ଟ୍ରଷ୍ଟି ଉର୍ମିଳା ବେହେରା , ଗୁରୁମା ଲିପି ଗିରି, ପ୍ରୀତି ବୈଠା, ସ୍ୱାଗତିକା ସାହୁ, ଗୁରୁଜୀ ସର୍ବେଶ୍ଵର ବେହେରାଙ୍କ ଉପସ୍ଥିତରେ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ ମହମବତି ଜାଳି ମୃତ୍ୟୁ ଶିକ୍ଷୟତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l
ସୂଚନାଯୋଗ୍ୟ ଏହି କି ଯେ ଗତ ୨୧ତାରିଖ ଦିନ ସ୍କୁଲ୍ ଛୁଟି ପରେ ସ୍ଵାମୀ ଙ୍କ ସହିତ ସ୍କୁଟି ରେ ଘରକୁ ଯାଉଥିବା ବେଳେ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲାଇ – ଷ୍ଟେସନ ବଜାର ରାସ୍ତାର ସୁନଗଡିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଦଶ ଚକିଆ ହାଇୱା ଧକ୍କା ରେ ରତ୍ନପ୍ରଭା ଦିଦିଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସ୍ଵାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି l

