Pm 2025 10 26 17 52 55

ଭାରତ ଓ ଆସିଆନ୍ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି: ମୋଦୀ

ଦେଶ - ବିଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ରବିବାର ଭର୍ଚୁଆଲ୍ ଭାବରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀ (ASIAN Sumit)କୁ ସମ୍ବୋଧିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆସିଆନ୍ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି। ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ସମାନ ମୂଲ୍ୟବୋଧ ଉପରେ ଆଧାରିତ।

“ଭାରତ ଏବଂ ଆସିଆନ୍, ବିଶ୍ୱ ଦକ୍ଷିଣର ସାରଥି” ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଆସିଆନ୍ ଦେଶମାନଙ୍କ ମଧ୍ୟରେ ସହଭାଗୀତା କେବଳ ଆର୍ଥିକ କିମ୍ବା ରଣନୈତିକ ନୁହେଁ, ବରଂ ବିଶ୍ୱ ଦକ୍ଷିଣର ସ୍ୱର ଏବଂ ନେତୃତ୍ୱର ପ୍ରତୀକ ମଧ୍ୟ। ସେ କହିଛନ୍ତି ଯେ ପ୍ରତ୍ୟେକ ସଙ୍କଟ ଏବଂ ବିପର୍ଯ୍ୟୟରେ ଭାରତ ଏହାର ଆସିଆନ୍ ବନ୍ଧୁମାନଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି।

Shrutilipi ad