- କୁନି କୁନି ପୁଳାଙ୍କୁ ନେଇ ଚାଲିଛି ଥିମ ସଙ୍ଗ ପ୍ରସ୍ତୁତି
ବାରିପଦା; ଆସନ୍ତା ନଭେମ୍ବର ମାସ 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ହେବାକୁ ଥିବା ଏକାଦଶ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପାଇଁ ନଭେମ୍ବର ଏକ ତାରିଖଠାରୁ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହେବ l କାର୍ଯ୍ୟକାରୀ ସଭାପତି ଡ଼ ବନଜା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ଶିଶୁ ମହୋତ୍ସବ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ନିଷ୍ପତ୍ତି ନିଆ ଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ନଭେମ୍ବର 1 ତାରିଖ ଶନିବାର ଅପରାହ୍ନ 4 ଟାରେ ମୟୂରୀ ରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀ ଙ୍କ ପାଇଁ ବାରିପଦା ମ୍ୟୁନିସିପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହେବ l ସେହି ପରି ନଭେମ୍ବର ଦୁଇ ତାରିଖ ରବିବାର ଦିନ ମଧ୍ୟ ଅପରାହ୍ନ 4 ଟା ରୁ ଅପରାହ୍ନ ସାଢେ ପାଞ୍ଚଟା ଯାଏଁ ପଞ୍ଜିକରଣ ଚାଲିବ l ପ୍ରତିଯୋଗୀ ବା ଅଭିଭାବକମାନେ ନିଜେ ଆସି ଫର୍ମ ପୂରଣ କରି ନାମ ପଞ୍ଜିକୃତ କରି ପାରିବେ l ସେହି ପରି ନଭେମ୍ବର 8 ତାରିଖ ରୁ 11 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 4 ଟା ରୁ ସାଢେ ପାଞ୍ଚଟା ପର୍ଯ୍ୟନ୍ତ ପଞ୍ଜିକରଣ ଚାଲୁ ରହିବ ବୋଲି ସୂଚନା ଦିଆ ଯାଇଛି l ପ୍ରତିଯୋଗୀମାନେ ଚାହିଁଲେ 1 ତାରିଖ ଠାରୁ ବଡ଼ ପୋଖରୀ ଆଡି ରେ ଥିବା ଖେଲ ଇଣ୍ଡିଆ ରୁ ଫର୍ମ ନେଇ ପାରିବେ lବାରିପଦା ମ୍ୟୁନିସ ପାଲଟି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଏଥର ର ଶିଶୁ ମହୋତ୍ସବ ଅନେକ କିଛି ନୂଆ ଭେଟି ଦେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଏଥର କୁନି କୁନି ପିଲାଙ୍କୁ ନେଇ ଏକ ସୁନ୍ଦର ଥିମ ସଙ୍ଗ ପ୍ରସ୍ତୁତି ଚାଲିଥିବା ନେଇ ଘୋଷଣା କରାଯାଇଥିଲା l ଗୀତିକାର ସଞ୍ଜୟ କୁମାର ଚୌଧୁରୀ ଗୀତଟିକୁ
ରଚନା କରିଥିବା ବେଳେ ଏହାକୁ ସଂଗୀତରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ଶାନ୍ତନୁ ସିଂହ l ଏଥିରେ ହିମାଦ୍ରୀ ତନୟା ଚୌଧୁରୀ, ଶୁଭମ ମାଇତି, ଆରାଧ୍ୟା ସିଂହ, ଜ୍ୟୋତିରାଦିତ୍ୟ ଜେନା, ସ୍ଥିତ ପ୍ରଜ୍ଞା ଜେନା, ତନିଷା ମହାନ୍ତି, ଜହ୍ନବୀ, ଆୟୁକ୍ତା ତ୍ରିପାଠୀ ଓ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ କଣ୍ଠଦାନ କରିଵାକୁ ଯାଉଛନ୍ତି ବୋଲି ସୂଚନା ଦିଆ ଯାଇଛି l ଖୁବଶୀଘ୍ର ଏହାର ରେକର୍ଡିଙ୍ଗ ଓ ମିକ୍ସିଙ୍ଗ କାର୍ଯ୍ୟ ଶେଷ ପରେ ଆସନ୍ତା 26 ତାରିଖରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଏହି ଭିନ୍ନ ସ୍ୱାଦର ଥିମ ସଙ୍ଗର ଅଡିଓ ରିଲିଜ ହେବାକୁ ଯାଉଥିବା ନେଇ ମଧ୍ୟ ସୂଚନା ଦିଆ ଯାଇଛି l
ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ପରିବେଶବିତ୍ ବିବେକା ନନ୍ଦ ପଟ୍ଟନାୟକ,ଡ଼ ହରିହର ଦାସ, ଡ. ସନ୍ଦୀପ ଚାନ୍ଦ, ବୀଣା ଦାଶ, କୈବଲ୍ୟ ପ୍ରସାଦ ମହାପାତ୍ର, ବାସନ୍ତୀ ଲତା ମହାପାତ୍ର, ସୁନିତା କୁଅଁର, କବି ଅଜିତ ପତ୍ର, ଇଁ ସୁନିଲ କୁମାର ପ୍ରଧାନ, ମୋତିଲାଲ ଗୁପ୍ତା,ସତ୍ୟାନନ୍ଦ ଶେଜପଡା, ଆର୍କିଟେକ୍ଟ ମନୋଜ କୁଁଅର, ପ୍ରଶାନ୍ତ କୁମାର ବେହେରା, ଇତିଶ୍ରୀ ସାହୁ,ଚନ୍ଦନ ସେଜପଡା, କିଚକ ବେହେରା, ସଂଜୀବ ଦଳେଇ, ଅଭିଷେକ ଯାଦଭ, ଅଜିତ କୁମାର ଭୋକ୍ତା, ରଜନୀ ବାରିକ, ବୈଜୟନ୍ତୀ ମାଳା ପାଲ, ପ୍ରାଣ ମାଧବ ସେନାପତି, ସ୍ମୃତି ମାଇତି, ପ୍ରାଚିତା ମହନ୍ତ, ରଶ୍ମି ମହାପାତ୍ର, ଚିନ୍ମୟୀ ଷଡ଼ଙ୍ଗୀ , ହିମାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

