Elephant 1068x601

ଘର ଭାଙ୍ଗିଲେ ହାତୀ, ବାସ ହରାଇଲେ ୩ ଅନାଥ

ରାଜ୍ୟ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ କମିବାର ନାଁ ଧରୁନାହିଁ। ବିଭିନ୍ନ ଗାଁରେ ଚାଷବାସ ଉଜାଡି ନଷ୍ଟ କରୁଥିବାବେଳେ ସୋମବାର ବିଳମ୍ବିତ ରାତିରେ ମୂଷାନାଳ ସେକ୍ସନ ପାଜିଖମନ ଗାଁରେ ସ୍ୱର୍ଗତ ନାରଣ ମାଝୀଙ୍କ ଘରକୁ ଜଙ୍ଗଲୀ ହାତୀପଲ ଭାଙ୍ଗିଦେଇଥିବା ଜଣାପଡିଛି। ସ୍ୱର୍ଗତ ନାରଣ ମାଝୀ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ତିନି ଅନାଥ ଭାଇଭଉଣୀ ସେଇଘରେ ରହୁଥିଲେ। ଲୋକଙ୍କ ଘରେ କାମ କରି ଚଳୁଥିଲେ। ଜଙ୍ଗଲୀ ହାତୀପଲ ସେମାନଙ୍କ ଘରକୁ ଭାଙ୍ଗି ଦେଇଥିବାବେଳେ ସେମାନେ ସଂପୂର୍ଣ୍ଣ ବାସହରା ହୋଇଯାଇଛନ୍ତି। ଏଣୁ ବନବିଭାଗ ତଥା ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ କରିବା ସହିତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇଦେବାକୁ ଦାବି ହୋଇଛି।

Shrutilipi ad