Museaum 1068x601

ମୋନାଲିସା ଚିତ୍ର ଥିବା ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି

ଦେଶ - ବିଦେଶ

ପ୍ୟାରିସ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ ରବିବାର ବନ୍ଦ କରିଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଦୁର୍ବୃତ୍ତମାନେ ମ୍ୟୁଜିଅମରୁ ବହୁ ଦୁର୍ମୂଲ୍ୟ ଅଳଙ୍କାର ଚୋରି କରିନେଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, ଚୋରମାନେ ଏକ ସ୍କୁଟରରେ ଆସିଥିଲେ। ସାମଗ୍ରୀ ଉଠାଯାଉଥିବା ଏକ ମେଶିନ ଜରିଆରେ ଚୋରମାନେ ଉକ୍ତ ରୁମରେ ପହଞ୍ଚିଥିଲେ। ପରେ ସେଠାରୁ ଦାମୀ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲେ। ଚୋରି ସାମଗ୍ରୀର ମୂଲ୍ୟ ଆକଳନ କରାଯାଇନାହିଁ।

Shrutilipi ad