Hospital n

ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼

ରାଜ୍ୟ

ଭୁବନେଶ୍ୱର: ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼।ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି।

ଏହି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହଠାତ୍ କେହି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲା।

ତେବେ ଗୋଟିଏ ଗୁଳି ସଞ୍ଜୟଙ୍କ ପେଟ ପାଖରେ ବାଜି ବାହାରି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଅପରପକ୍ଷେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ଯଦିଓ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।

Shrutilipi ad