Img 20251018 wa0254

ବେତନଟୀ ବ୍ଳକ୍ ସ୍ତରୀୟ ଆଥଲେଟିକ ମିଟ୍ ଅନୁଷ୍ଠିତ

ରାଜ୍ୟ
ବାରିପଦା-   ବେତନଟୀ ବ୍ଳକ୍ ସ୍ତରୀୟ ୧୪ବର୍ଷରୁ କମ୍ ଓ ୧୭ ବର୍ଷ ବୟସରୁ କମ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଟି ଗୃପ୍ ରେ ବିଭିନ୍ନ ପ୍ରକାର ଦୈଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ପୁରୁଣାପାଣିସ୍ଥ ଖେଳ ପଡ଼ିଆରେ ୧୮ ତାରିଖ ଦିନବ୍ୟାପି ଅନୁଷ୍ଠିତ ପ୍ରତିଯୋଗିତାରେ କେବଳ କ୍ରିକେଟ୍ ରେ ବାଳକମାନେ ଅଂଶଗ୍ରହଣ ବ୍ୟତୀତ ଅନ୍ୟ ସମସ୍ତ ଖେଳରେ ଜୁନିଅର ଓ ସିନିଅର ଡିଭିଜନରେ ବିଭକ୍ତ ହୋଇ ଉଭୟ ବାଳକ ଓ ବାଳିକାଗଣ ଅଂଶ ଗ୍ରହଣ କରିଥିଲେ । ଏଥିରେ ୨୫ ଜଣ ଉଚ୍ଚବିଦ୍ୟାଳୟସ୍ତରୀୟ କ୍ରୀଡା ଶିକ୍ଷକ/ ଶିକ୍ଷିକାଙ୍କ ସମେତ ମୋଟ ୨୮୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ମଧ୍ୟରେ ମୁଖ୍ୟତଃ କ୍ରିକେଟ୍,ଲମ୍ବଡିଆଁ, ଉଚ୍ଚ ଡିଆଁ,ଡିସକସ୍ ସଟ୍ ପୁଟ ଓ ଜାଭଳିନ ଫିଙ୍ଗା,୧୦୦ ଓ ୨୦୦ମିଟର ଦୈଡ. ଆଦି ଅନ୍ତର୍ଭୁକ୍ତ ।
ଏଥି ନିମନ୍ତେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପୂର୍ବତନ କ୍ରୀଡା ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ରନାଥ ମିଶ୍ର ସଭାପତିତ୍ଵ କରି ଛାତ୍ରଛାତ୍ରୀ କ୍ରୀଡା ମାଧ୍ୟମରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଛାତ୍ରଜୀବନରେ କ୍ରୀଡାର ମହତ୍ତ୍ଵ ଓ ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କ୍ରୀଡା ମାଧ୍ୟମରେ ଶିକ୍ଷାଲାଭ, ଶାରୀରିକ ଗଠନ ଓ ବ୍ୟାୟାମ ଉପରେ ଗୁରୁତ୍ଵାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ  ବରିଷ୍ଠ କ୍ରୀଡା ଶିକ୍ଷକ ହରିଶ ଚନ୍ଦ୍ର ଚାଉତ ସମୟାନୁବର୍ତ୍ତିତା ସହ କ୍ରୀଡାର ଉପକାରୀତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।ବ୍ଳକରୁ ବିଭିନ୍ନ ବିଭାଗରେ ପାରଦର୍ଶିତ। ହାସଲକାରୀ ୬୧ଜଣ ପ୍ରତି6ଯାଗୀ ଜିଲ୍ଲାକୁ ଚୟନ ହୋଇଯିବାର ଘୋଷଣା କର। ଯାଇଥିଲା। ଶେଷରେ ସମସ୍ତ କୃତୀ ପ୍ରତିଯୋଗୀକୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବେତନଟୀ ବ୍ଳକ୍ ର ନୋଡାଲ ପିଇଟି ତଥା ମଗୁଶୁରିଆ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ସଂଜୟ କୁମାର ପ୍ରଧାନ ଖେଳ ପରିଚାଳନା ସହ କାର୍ଯ୍ୟ କ୍ରମର ସଂଯୋଜନା ପ୍ରାରମ୍ଭିକ ସୂଚନାପ୍ରଦାନ କରିଥିଲେ ଓ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ ।
Shrutilipi ad