Forex 696x392

୭୦୦ ବିଲିଅନ ଡଲାର ତଳକୁ ଖସିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ଦେଶ - ବିଦେଶ

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିଅନ ଡଲାର ତଳକୁ ଖସି ଆସିଛି। ଅକ୍ଟୋବର ୩ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ମୁଦ୍ରା ଭଣ୍ଡାର ୨୭୬ ମିଲିଅନ ଡଲାର ହ୍ରାସ ପାଇ ୬୯୯.୯୬ ବିଲିଅନ ଡଲାରରେ ପହଞ୍ଚିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ୩ ପୂର୍ବରୁ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୨.୩୩୪ ବିଲିଅନ ଡଲାର ହ୍ରାସ ପାଇ ୭୦୦.୨୩୬ ବିଲିଅନ ଡଲାରରେ ପହଞ୍ଚିଥିଲା। ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁସାରେ, ଅକ୍ଟୋବର ୩ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭଣ୍ଡାରର ଏକ ପ୍ରମୁଖ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି ୪.୦୪୯ ଡଳାର କମି ୫୭୭.୭୦୮ ବିଲିଅନ ଡଲାରରେ ପହଞ୍ଚିଛି।

ଅନ୍ୟପଟେ ସୁନା ଭଣ୍ଡାର ୩.୭୫୩ ବିଲିଅନ ଡଲାର ବୃଦ୍ଧି ପାଇ ୯୮.୭୭ ବିଲିଅନ ଡଲାରରେ ପହଞ୍ଚିଛି। ସ୍ପେଶାଲ ଡ୍ରଇଂ ରାଇଟ୍‌ସ(ଏସଡିଆର) ୨୫ ମିଲିଅନ ଡଲାର ବଢ଼ି ୧୮.୮୧୪ ବିଲିଅନ ଡଲାରରେ ପହଞ୍ଚିଛି।

Shrutilipi ad