Rwe

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମୁଣ୍ଡାଠାକୁରା ପଞ୍ଚାୟତର ଚାଡ଼ିରିପାହାଡି ଗ୍ରାମରେ ଆଜି ପୂର୍ବାହ୍ନ  ରେ ଗ୍ରାମ୍ୟ ପୋଖରୀରେ ବୁଡି ସଲିଳ ସମାଧି ହୋଇଅଛି ।ସୂଚନାଯୋଗ୍ୟ ଚାଡିରିପାହାଡି ଗ୍ରାମର ଦଶରଥ ହାଁସଦା ଙ୍କ ୯ ଵର୍ଷୀୟ ପୁଅ ସାକିଲା ହାଁସଦା ଏବଂ ମୁନିରାମ ମୁର୍ମୁ ଙ୍କ ୭ ବର୍ଷୀୟ ପୁଅ ସୁବୋଧ ମୁର୍ମୁ ଗାଁ ଦାଣ୍ଡରେ  ଖେଳୁ ଖେଳୁ  ଗାଁ ମୁଣ୍ଡ ପୋଖରୀ ଆଡ଼କୁ ପଳାଇଥିଲେ ।ସେଠାରେ ପାଣିରେ ଖେଳୁ ଖେଳୁ ଗୋଡ଼ ଖସି ଯାଇଥିଲା ଏବଂ ବୁଡି ଯାଇଥିଲେ । ବହୁତ ସମୟ  ବିତି ଯାଇଥିବାବେଳେ ଛୁଆ ଦୁଇଟି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ପୋଖରୀକୁ ପାଖକୁ ଯାଇଥିଲେ ।ସେଠାରେ ଜଣେ ଭାସୁଥିବା ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଏବଂ ଅଗ୍ନିଶମ ଵିଭାଗକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ପୋଖରୀକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ କୁ ପହଞ୍ଚାଇ ଥିଲେ ।ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ବାବଦରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା କେଶ ନମ୍ବର ୧୮/୨୫,୧୯/୨୫ ରୁଜୁ କରି ଶବ ଦୁଇଟିକୁ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ‌।ଦୁଇଟି ନିଷ୍ପାପ ଶିଶୁର ଜୀବନ ପ୍ରଦୀପ ଅକାଳରେ  ଲିଭିବା ନେଇ ଗ୍ରାମରେ ଶୋକାକୂଳ‌ପରିବେଶ ସୃଷ୍ଟି ହୋଇଛି ।
Shrutilipi ad