Img 20251014 wa0180

ଦୀର୍ଘ ବର୍ଷ ପରେ ସଫଳତାର ସ୍ୱାଦ ଚାଖିଲେ ଭାନୁପ୍ରତାପ – ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ 

ରାଜ୍ୟ
ବାରିପଦା :  ଦୀର୍ଘ ୩୦/୩୫ ବର୍ଷ ଧରି ରାଇଫଲ ଚାଳନା ପ୍ରତିଯୋଗିତା ପାଇଁ ଅଭ୍ୟାସ କରିବା ସହ ବିଭନ୍ନ ସମୟରେ ବିଫଳ ହୋଇ ଶେଷରେ ସଫଳତାର ସ୍ୱାଦ ଚାଖିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ନିବାସୀ ଭାନୁପ୍ରତାପ ଭଞ୍ଜଦେଓ I ତାଳଚେର ଠାରେ ଅନୁଷ୍ଠିତ ଅନୁଗୁଳ ଜିଲ୍ଲା ରାଇଫଲ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୦ ତମ ବାର୍ଷିକ ସୁଟିଂ ପ୍ରତିଯୋଗିତାରେ ଭେଟେରାନ ବର୍ଗରେ ଅଂଶଗ୍ରହଣ କରି ଭାନୁପ୍ରତାପ ୬୫ ବର୍ଷ ବୟସରେ ପ୍ରଥମ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ତାଙ୍କର ସଫଳତାର ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ନିଜ କାର୍ଯ୍ୟାଳୟରେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସହ ସମ୍ପାଦକ ଅମ୍ବିକା ରାଉତ ଉପସ୍ଥିତ ଥିଲେ I ଶ୍ରୀ ଭଞ୍ଜଦେଓଙ୍କ ଏହି ସଫଳତାର କାହାଣୀ ଆଗାମୀ ଦିନରେ ଯୁବପୀଢ଼ିଙ୍କୁ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି I ତାଙ୍କର ଏହି ସଫଳତାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଏଥଲେଟିକ ଏସୋସିଏସନ ର ସମସ୍ତ କାଉନସିଲର ବୃନ୍ଦ ଙ୍କ ସମେତ ସଦସ୍ୟ ବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି l
Shrutilipi ad