Img 20251014 wa0184

ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ସମ୍ବନ୍ଧୀୟ ଜିଲ୍ଲା ସ୍ଥରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦଦ୍ଭାବନା)ଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା . I ଏଥିରେ ମୟୁରଭଞ୍ଜ ର ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକ ଅଧକ୍ଷ୍ୟତ କରିଥିଲେ I ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ,ପୋଲିସ ଅଧିକାରୀ, ଶକ୍ତି ସଦନ ,ସଖି One Stop Centre ର କର୍ମକର୍ତା ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ,ପରିବାର ପରାମର୍ଶ କେନ୍ଦ୍ର ର କର୍ମକର୍ତା କାର୍ଯକ୍ରମରେ ଯୋଗଦାନ କରିଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମକର୍ତା  ସତ୍ୟନାରାୟଣ ବେହେରା ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫ ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇ କହିଥିଲେ ଏବଂ ବାରିପଦା ଆଇନ ମହାବିଦ୍ୟାଳୟ ର ସହକାରୀ ପ୍ରାଧ୍ୟାପକ  ସୁନୀଲ କୁମାର ଜେନା ଏହି ଆଇନ ର ସମସ୍ତ ଦିଗ ଓ ସମସ୍ତ ଅଧିକାରୀଙ୍କ ଦାଇତ୍ୱ ,ପୀଡିତ ମାନେ କିପରି ନିଜର ଅଭିଯୋଗ ଦାଖଲ କରିପାରିବେ ସେ ସମ୍ବନ୍ଧରେ ପ୍ରଶିକ୍ଷ୍ୟାରଥି ମାନଙ୍କୁ ବୁଝାଇ କହିଥିଲେ I.ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ  ନିହାରିକା ମହାନ୍ତି ଙ୍କ ପ୍ରତକ୍ଷ ତତ୍ୱାବଧାନରେ ସୁରକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ   ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଜିଲ୍ଲା ମହିଳା ସଶକ୍ତିକରଣ ର କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆୟୋଜନ ଏବଂ ପରିଚାଳନା କରିଥିଲେ I
Shrutilipi ad