ବାରିପଦା : ବାରିପଦାର ଦୁଇ ପ୍ରମୁଖ ଅନୁଷ୍ଠାନ ବାସ୍ତବ ପରିବାର ଓ ଆର. କେ. ଫାଉଣ୍ଡେସନ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି I ପି ଆର ଏମ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଷ୍ଟେଚାରର ଆବଶ୍ୟକତାକୁ ଉପଲବ୍ଧି କରି ଆଜି ଉଭୟ ଅନୁଷ୍ଠାନ ମିଳିତ ଭାବେ ରୋଗୀ ମାନଙ୍କୁ ସୁବିଧାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାପାଇଁ ୫ ଟି ଷ୍ଟେଚାର ଦାନକରିଛନ୍ତି I ବାସ୍ତବ ପରିବାରର ବରିଷ୍ଠ ସଦସ୍ୟ ନନ୍ଦଲାଲ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ସ୍ବର୍ଗତ ସୁନନ୍ଦନ ମିଶ୍ରଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏଭଳି ଜନହିତକର କାର୍ଯ୍ୟକ୍ରମ ପାଇଁ ଉଭୟ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ I ସମ୍ମାନିତ ଅତିଥି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କିଶୋର କୁମାର ଆଚାର୍ଯ୍ୟ, ଡି ପି ଏମ ଅନିଲ କୁମାର ମହାନ୍ତି, ଡାକ୍ତରଖାନା ପରିଚାଳକ ଡଃ ଶ୍ରୀରାମ ମହାନ୍ତି ତଥା ଡଃ ଶତରୁପା ମିଶ୍ର, ସମାଜସେବୀ କାଶୀନାଥ ରଣା ଓ ସମ୍ବିତ ପତିଙ୍କ ଉପସ୍ଥିତିରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଷ୍ଟେଚର ଗୁଡିକୁ ଡାକ୍ତରଖାନାକୁ ପ୍ରଦାନ କରିଥିଲେ I ବାସ୍ତବ ପରିବାରର ସାଧାରଣ ସମ୍ପାଦକ ପ୍ରଦୀପ କିଶୋର ମହାନ୍ତି, ନନ୍ଦଲାଲ ମିଶ୍ର, ଚିନ୍ମୟ ଦାସ ପଟ୍ଟନାୟକ, ଜଗନ୍ନାଥ ମୁର୍ମୁ, ସୁକୁମାର ଆଢ୍ୟ, ତପନ ପଟ୍ଟନାୟକ, ଅନିଲ ପଣ୍ଡା, କାମିନୀକାନ୍ତ ମାଲାକାର, ବିନୋଦ କୁମାର ସାହୁ, ଶାନ୍ତନୁ ପାଢ଼ୀ, ସର୍ବତୋଷ ଦାଶ, ଜୟନ୍ତ ସେନାପତି, ଚକ୍ରଧର ମହାପାତ୍ର, ଅରୁଣ କୁମାର ପାତ୍ର, ଗଣେଶ ମହାପାତ୍ର, ସୁଧାଂଶୁ ଦାସ ଏବଂ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ଅମର କୁମାର ସେଠୀ, ସଦସ୍ୟ ସୋମନାଥ ସିଂହ, ଦୀପକ କୁମାର ମିଶ୍ର, ତରୁଣ ନାୟକ, ନୃସିଂହ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I

