Images

ନୂଆପଡ଼ା ଉପନିର୍ବାଚନ ଲାଗି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସନ୍ତାକାଲି କୋର କମିଟି ବୈଠକ

ରାଜ୍ୟ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବେ କି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।  ତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।  ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ଖୁବ ଶୀଘ୍ର ଘୋଷଣା କରିବ ପ୍ରାର୍ଥୀ ।  ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ।  ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲା ଦଳ।

ଏଥର ବିଜୟ ନିଶ୍ଚିତ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।  ଅନେକ ଆଶାୟୀଙ୍କ ନାଁ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବେ କି।  ଏ ପ୍ରଶ୍ନର ଉତ୍ତରରେ ତୋମାର କହିଛନ୍ତି, ଏପରି ଚର୍ଚ୍ଚା ତାଙ୍କ ସାମ୍ନାକୁ ଆସି ନାହିଁ ।

ବିଜେପିରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା।  କିନ୍ତୁ ସେ ତୃତୀୟ ସ୍ଥାନରେ ରହିଥିଲେ।  ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ପରିବର୍ତ୍ତନ କରିବ।  ନା ଅଭିନନ୍ଦନଙ୍କ ସ୍ଥାନରେ ବାପା ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ।  ସେପଟେ ଆଶାୟୀ ତାଲିକାରେ ଅଛନ୍ତି ଯଦୁମଣୀ ପାଣିଗ୍ରାହୀ ।  ଏହାସହ ଚର୍ଚ୍ଚା ହେଉଛି ବିଜେପି ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରାର୍ଥୀ କରିପାରେ ।

Shrutilipi ad