ବାରିପଦା: କର୍ଣ୍ଣାଟକ ଯୋଗ ସ୍ପୋର୍ଟସ ଏସୋସିଏସନ ଓ ଯୋଗ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୫୦ ତମ ଜାତୀୟ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ଅଂଶ ଗ୍ରହଣ କରିବେ ମୟୁରଭଞ୍ଜର ୫ ଜଣ ପ୍ରତିଯୋଗୀ I ଚଳିତ ମାସ ୯ ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିୟାନସିପରେ ବାରିପଦାର ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ କେନ୍ଦ୍ରର ପ୍ରକାଶ ବେହେରା, ଦେବାଶିଷ ବାରିକ, ରେଖା ବେହେରା, ଆରତୀ ସିଂ ଓ ସୀତାଦେବୀ ହେମ୍ବ୍ରମ ଯୋଗ ଦେବେ ବୋଲି କେନ୍ଦ୍ରର ପ୍ରତିଷ୍ଠାତା ତଥା ଯୋଗଗୁରୁ ଜ୍ୟୋତି ରଞ୍ଜନ ଦାସ ଜଣାଇଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ନିଜ କାର୍ଯ୍ୟାଳୟରେ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ସମସ୍ତ ପ୍ରତିଯୋଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସଫଳତା କାମନା କରିଛନ୍ତି I ପ୍ରକାଶ ଥାଉକି ପୂର୍ବରୁ ମଧ୍ଯ ଏହି କେନ୍ଦ୍ରର ଛାତ୍ରଛାତ୍ରୀ ବହୁବାର ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I

