Puri 1 1 2 1

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ ; ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ରାଜ୍ୟ

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି।

ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି। ସେହିପରି ଅନଲାଇନରେ ଯୋଗ୍ୟ ବିବେଚିତ ହୋଇଥିବା ହବିଷ୍ୟାଳିମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କେନ୍ଦ୍ରଗୁଡ଼ିକରେ ପହଞ୍ଚିବା ପରେ ନାମ ପଞ୍ଜୀକରଣ କରାଇ ନିଜ ନିଜ କୋଠରିରେ ରହିଥିବା ଜଣାପଡ଼ିଛି।

ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ପାଇଁ ବ୍ୟବସ୍ଥା ସହ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।