Anchor pic 2

ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାକାରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ

ରାଜ୍ୟ
ବାରିପଦା – ଚଳିତ ବର୍ଷ “ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ” ୨୯ ଅକ୍ଟୋବର ୨୦୨୫ ତାରିଖ ରେ ପାଳିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏବର୍ଷର ବିଷୟବସ୍ତୁ ରହିଛି “ଡୁବିବା, ବିଜୁଳି ଆଘାତ ଓ ସାପ କାମୁଡ଼ାରୁ ଜୀବନ ହାନି ରୋକିବା”।
ଏଥି ପାଇଁ, ନଭେମ୍ବର ୨୦୨୪ ରୁ ୧୦ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଘଟିଥିବା ଵିପର୍ଯ୍ୟୟ ସମୟରେ  ସାହସିକତା ସହ କାର୍ଯ୍ୟକରି ଅନ୍ୟର ଜୀବନ ବଞ୍ଚାଇ ଥିବା  ଜୀବନ ରକ୍ଷାକାରୀଙ୍କୁ  ଦିବସ ପାଳନ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ଏଥି ନିମନ୍ତେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ସ୍ବେଛାସେବୀ, ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରାଯାଉଛି କି ଏସମ୍ଭନ୍ଧୀୟ ନିଜ ନିଜର ଉପଲବ୍ଧିର ବିସ୍ତୃତ ତଥ୍ୟ ଜିଲ୍ଲା ଜରୁରୀ କାର୍ଯ୍ୟାଳୟର ଡି ପି ଓ ଙ୍କ ସହିତ 8917587836 ମୋବାଇଲ ନମ୍ବରରେ ଯୋଗାଯୋଗ କରି ପ୍ରଦାନ କରିବେ । ତଦନୁସାରେ ସେମାନଙ୍କ ନାମାଙ୍କନ ପତ୍ର ରାଜ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ ଏବଂ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।
Shrutilipi ad