Zzzz

ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି

ରାଜ୍ୟ

ଭୁବନେଶ୍ୱର: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି।

ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା ମନ୍ତ୍ରୀମାନଙ୍କୁ ଖସେଇ ଦେବାପାଇଁ ତରବରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୋଲିସ ବିଭାଗ ଅଧିନରେ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି ହେବାର କଥା ସାମ୍ନାକୁ ଆସିଲା ସେଇ ପୋଲିସ ବିଭାଗର କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଯଦି ତଦନ୍ତ କରାଯାଏ ଫଳ କଣ ବାହାରିବ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Shrutilipi ad