ବାରିପଦା : ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂସ୍ଥା ଆନୁକୂଲ୍ୟରେ ବାରିପଦାରେ ୧୫ ଦିନିଆ ଏକ କର୍ମଭିତ୍ତିକ ନାଟ୍ୟ କର୍ମଶାଳା ହେବାକୁ ଯାଉଅଛି ।ଅକ୍ଟୋବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଏହି କର୍ମଶାଳାର ନିର୍ଦ୍ଦେଶକ ଭାବେ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ଡଃ ନବୀନ କୁମାର ପରିଡା କାର୍ଯ୍ୟଭାର ତୁଲାଇବେ । ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଧୀର ବଶା ଏଥିରେ ସହଯୋଗ କରିବେ । ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ ନାଟ୍ୟ କେନ୍ଦ୍ରରେ କର୍ମଶାଳା ହେବ ଏବଂ ଭାଗ ନେଇଥିବା କଳାକାର ମାନଙ୍କ ଦ୍ୱାରା ୧୫ ତାରିଖ ଦିନ ସହୀଦ ସ୍ମୃତି ଭବନରେ ଏକ ନାଟକ ପରିବେଷିତ ହେବ । ୧୬ ବର୍ଷରୁ ୪୦ ବର୍ଷ ବୟସର ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଏଥିରେ ଅଂଶ ଗ୍ରହଣ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୩୦ ତାରିଖ ମଧ୍ୟରେ ଦିଆଯାଇଥିବା ନିମ୍ନଲିଖିତ ମୋବାଇଲ ନମ୍ବରରେ ଅନ ଲାଇନ ପଞ୍ଜିକରଣ କରିପାରିବେ । ଧୀର ବଶା – ୯୪୩୭୨୩୭୮୮୯, ଜ୍ଞାନରଞ୍ଜନ ପଣ୍ଡା – ୭୯୭୮୬୯୫୩୯୪, ମହେଶ ସାହୁ – ୯୭୭୩୭୭୮୭୭୦ ।

