Img 20250927 wa0189

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ  କେନ୍ଦୁଆ ଗ୍ରାମ ର ଅସିତ ବେହେରା  (25) କୁ  ଦଫା 6 ଅଫ ପୋକ୍ସ ଆକ୍ଟ   ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ)  ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି  l   ମାମଲାର ବିବରାଣୀ ରୁ ପ୍ରକାଶ ଯେ 4-11-2024 ରିଖ ସନ୍ଧ୍ୟା 7 ଟା ପାଖାପାଖୀ ସମୟରେ ପୀଡିତା ନାବାଳିକା ଦୋକାନରୁ ଜିନିଷ କିଣି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଅସିତ ବେହେରା ତାକୁ ଜୋର ଜବରଦସ୍ତ ତାର ଘରକୁ ଉଠାଇନେଇ ନାବାଳିକର ହାତ ଏବଂ ମୁହଁ କୁ ବାନ୍ଧି ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା  l  ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ଯ ଦେଇଥିଲା  l ଏ ବାବଦରେ  ନାବାଳିକା ପୀଡିତା ଙ୍କ  ମା ଙ୍କ ଲିଖିତ ଅଭିଯୋଗ କ୍ରମେ ବୈଶିଂଘା  ଥାନାରେ କେସ ନମ୍ବର 395/5-11-2025 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ   ଛଅ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି    l  ଏଥି ସହିତ ପୀଡିତା କୁ କ୍ଷତିପୁରଣ ବାବଦରେ ଦୁଇ ଲକ୍ଷ ଟଙ୍କା କୌଣସି ଏକ ରାଷ୍ଟ୍ରlୟତ ବ୍ୟଙ୍କ ରେ ପୀଡିତା ଙ୍କ ନାମରେ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l   ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l