Opsc

OPSC ରେଜଲ୍ଟ ପ୍ରକାଶିତ, ପ୍ରିୟାଂଶୁ ପାଲ ଟପ୍ପର

ରାଜ୍ୟ

ଭୁବେନଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର ହୋଇଛନ୍ତି। ସେହିପରି ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଶୋଭନ ପଟ୍ଟନାୟକ ୩ୟ ସ୍ଥାନରେ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ମୋଟ ୩୮୯ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ଝିଅ ରହିଛନ୍ତି। ଶ୍ରେଷ୍ଠ ୧୦ ସ୍ଥାନରେ କେବଳ ଜଣେ ମାତ୍ର ଝିଅ  ରହିଥିବାବେଳେ ୯ ଜଣ ପୁଅ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ଫୟେଜ ଅହମ୍ମଦ କାଦରି ୪ର୍ଥ ସ୍ଥାନରେ ଥିବାବେଳେ, ୫ମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ଵାଇଁ, ସପ୍ତମରେ ଶୈଳେଶ ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ୯ମରେ ଚିନ୍ମୟ କୁମାର ପାଢ଼ୀ ଏବଂ ଦଶମ ସ୍ଥାନରେ ମିଲନ ମହାପାତ୍ର ରହିଛନ୍ତି।

Shrutilipi ad