11

‘ଓଡିଆ ଭର୍ଚ୍ୟୁଆଲ ଅକାଦମୀ ’ପକ୍ଷରୁ ‘ଭାଷାଦାନ’ ଉପରେ ବୈଠକ

ରାଜ୍ୟ

ଭୁବନେଶ୍ବର : ‘ଓଡିଆ ଭର୍ଚ୍ୟୁଆଲ ଅକାଦମୀ’ (ଓଭା) ପକ୍ଷରୁ ‘ଭାଷାଦାନ’ ଉପରେ ଏକ ବୈଠକ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ‘ଓଭା’ର ଆଇଟି ମ୍ୟାନେଜର ସ୍ମୃତିରଞ୍ଜନ ମିଶ୍ର ସଭାପତିତ୍ବ କରି ‘ଭାଷାଦାନ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ କହିଥିଲେ | ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହିତ ଜୀବନର ସବୁକ୍ଷେତ୍ରର ବିଷୟବସ୍ତୁକୁ ଓଡ଼ିଆ ଆଲେଖ୍ୟ, ଅଡ଼ିଓ ବୁକ୍ ଓ ଭିଡ଼ିଓରେ ରୂପାନ୍ତରିତ କରି ଗଚ୍ଛିତ କରି ରଖିବା ଓ ସର୍ବସାଧାରଣଙ୍କ ବ୍ୟବହାର ଲାଗି ପ୍ରଦାନ କରିବାକୁ ‘ଓଭା’ ଯେଉଁ ପ୍ରୟାସ ଆରମ୍ଭ କରିଛି ସେଥିରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ପ୍ରାରମ୍ଭିକ ବୈଠକରେ ‘ଶ୍ରୀଜଗନ୍ନାଥଚେତନାର ପ୍ରଚାର ପ୍ରସାର’ ଓ ‘ଆୟୁର୍ବେଦ’ ବିଷୟକୁ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଶେଷଜ୍ଞ ସଦସ୍ୟଭାବରେ ବୈଦରାଜ ଡାକ୍ତର ଗୋପାଳ ନନ୍ଦ, ସଂସ୍କୃତ ବିଶାରଦ ପ୍ରଫେସର ପ୍ରଫୁଲ୍ଲଚନ୍ଦ୍ର ମିଶ୍ର, ପ୍ରଫେସର ଗୋପାଳକୃଷ୍ଣ ଦାଶ, ପ୍ରଫେସର ସୁବାସ ଚନ୍ଦ୍ର ଦାଶ, ରମାକାନ୍ତ ମିଶ୍ର, ପଣ୍ଡିତ ଜୟନ୍ତ ଶତପଥି, କୃଷ୍ଣକେଶବ ଷଡ଼ଙ୍ଗୀ, ହରିହର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ | ବିଶେଷଜ୍ଞମାନେ ନିଜ ନିଜର ମତ ରଖିଥିବା ବେଳେ ‘ଶ୍ରୀଜଗନ୍ନାଥଚେତନା’ କାର୍ଯ୍ୟକ୍ରମ ଲାଗି ଏକ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ ସୂଚୀ ପ୍ରସ୍ତୁତ କରାଯାଇଥିଲା |

122
ଏହି ଅବସରରେ ବୈଠକ ପରେ ବିଶେଷଜ୍ଞମାନଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ ଦେବ ସମ୍ବର୍ଦ୍ଧିତ କରିଥିଲେ | କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଚିବ ଡକ୍ଟର ପ୍ରଦୀପ ରାଉତ ଉପସ୍ଥିତ ରହିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

Shrutilipi ad