Medical college

ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ସିଟ୍

ଦେଶ - ବିଦେଶ

ଦିଲ୍ଲୀ: ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ପାଇଁ, କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ MBBS ସିଟ୍ ସୃଷ୍ଟି କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୫,୦୩୪ କୋଟି ଟଙ୍କା ବ୍ୟୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ଏବଂ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ ଏମବିବିଏସ୍ ସିଟ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ସେ ସୂଚନା ଦେଇଛନ୍ତି ଯେ ପ୍ରତି ସିଟ୍ ପାଇଁ ନିବେଶ ୧.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ହସ୍ପିଟାଲଗୁଡ଼ିକର ଉତ୍ତମ ବ୍ୟବହାର ଲକ୍ଷ୍ୟରେ ବିଦ୍ୟମାନ ସରକାରୀ କଲେଜ ଏବଂ ହସ୍ପିଟାଲଗୁଡ଼ିକୁ ଅପଗ୍ରେଡ୍ କରାଯିବ। ଗତ ୧୧ ବର୍ଷ ମଧ୍ୟରେ ଚିକିତ୍ସା ଭିତ୍ତିଭୂମିରେ ଅଭିବୃଦ୍ଧି ବିଷୟରେ କହି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମେଡିକାଲ କଲେଜରେ ୧୦୯% ବୃଦ୍ଧି ଘଟିଛି  ଏବଂ ୟୁଜି ସିଟରେ ୧୪୧% ବୃଦ୍ଧି ହୋଇଛି ଏବଂ ପିଜି ସିଟରେ ୧୪୪% ବୃଦ୍ଧି ହୋଇଛି ।

Shrutilipi ad