Img 20250923 wa0160

ମୟୁରଭଞ୍ଜ ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ପ୍ରସଙ୍ଗ, ତଦନ୍ତ ଦାବୀ ନେଇ ହେବ ହରତାଳ: ଭଞ୍ଜସେନା

ରାଜ୍ୟ
ବାରିପଦା-  ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମନମୁଖି ଶିକ୍ଷକ ବଦଳି, ଜିଲ୍ଲାର ଶିକ୍ଷାଧିକାରୀଙ୍କ ଦ୍ଵାରା ବିଭିନ୍ନ କୋଣ ଅନୁକୋଣ ରୁ ପାଖାପାଖି ୧୪୦ ଜଣ ଶିକ୍ଷକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଜିଲ୍ଲା ସଦର ମହକୁମା ବାରିପଦା ସହର ପାଖାପାଖି ରଖିବା,ମଧ୍ୟାହ୍ନ ଭୋଜନ ରେ ଯୋଗାଣକାରୀ ଙ୍କୁ ଅହେତୁକ ଅନୁକମ୍ପା ଯୋଗାଇ ହରିଲୁଟ କୁ ପ୍ରଶ୍ରୟ ଦେବା,ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍ ଯୋଗାଇ ଦେବାରେ ଅବ୍ୟବସ୍ଥା, ଶୁଳିଆପଦା ବ୍ଲକ  ଦୁର୍ନୀତିରେ ଛନ୍ଦିହୋଇ ପଡିଥିବା ବିଇଓ ଙ୍କୁ ସୁରକ୍ଷା ପ୍ରଦାନ ସହିତ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ଯୋଗୁଁ ସମଗ୍ର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସଂମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ଥ ବିଶେଷ ଭାବେ ରାଇରଙ୍ଗପୁର ଓ କରଂଜିଆ ଉପଖଣ୍ଡ ର ବିପର୍ଯ୍ୟସ୍ଥ  ଶିକ୍ଷା ବ୍ୟବସ୍ଥା କଥା ନ କହିଲେ ଭଲ, ରେସନାଇଲାଇଜେଶନ ରୁଲର ଅବମାନନା କରି ମୋଟା ଅଙ୍କ ଅର୍ଥ କାରବାର କରି ବେଆଇନ ବଦଳି, ଅନୁସୂଚୀତ ଜାତି ଓ ଜନଜାତି ଅନ୍ତେବାସୀଙ୍କ ପ୍ରତି ଅବହେଳା ପ୍ରଦର୍ଶନରେ ଛାତ୍ରୀ ମୃତ, ୧୨ବର୍ଷ ଧରି ଗ୍ରେଡେଶନ ତାଲିକା ପ୍ରକାଶ ନକରି ମନମୁଖି ବଦଳି ଆଦିରେ ଜନପ୍ରତିନିଧି ସବୁ ଜାଣି ଚୁପ ବସିବା ଦ୍ବାରା ସହଭାଗିତାକୁ ନେଇ ଭଞ୍ଜସେନା ପ୍ରତିଷ୍ଠାତା  କଳିଙ୍ଗ କେଶରୀ ଜେନା କ୍ଷୋଭ ପ୍ରକାଶ କରିଛନ୍ତି |
ଏ ନେଇ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲା ରାଜ୍ଯ ଦେଶ ର ସମସ୍ତ ଅଧିକାରୀଙ୍କୁ ଏବାବଦରେ ଅବଗତ କରିଲା ପରେ ମଧ୍ଯ କୌଣସି ସୁଫଳ ନ ମିଳିବା ଯୋଗୁଁ ପୁନର୍ବାର ଉଭୟ ବିଭାଗର ଅଧିକାରୀଙ୍କୁ ବଦଳି କରିବା ସହିତ ଉକ୍ତ ଅଧିକାରୀଦ୍ୱୟ ଙ୍କ କାର୍ଯ୍ୟକାଳ ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ବେଆଇନ ବଦଳିକୁ ବାତିଲ କରିବା ଦାବି ନେଇ ଚଳିତ ଅଗଷ୍ଟ ମାସ ୧୯ ତାରିଖ  ଦିନ ଉଭୟ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କର କାର୍ଯ୍ୟାଳୟ ରେ  ଭଞ୍ଜସେନା ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଥିଲା |
ୟା ଭିତରେ ଅଦ୍ୟାବଧି ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ତଦନ୍ତ ନେଇ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୁଣି ଜିଲ୍ଲା ଶିକ୍ଷାଧିକାରୀ ଙ୍କର କାର୍ଯ୍ୟାଳୟର ଦୁର୍ନୀତି କାର୍ଯ୍ୟକଳାପ ଚରମ ସ୍ତରକୁ ପହଞ୍ଚିଲାଣି ଏଣୁ ପୁନର୍ବାର ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାମାଜିକ ଗଣମାଧ୍ୟମ “X”(ଟ୍ୱିଟ଼) ଯୋଗେ ଯଥାଶୀଘ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟକାଳ ସମୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଆର୍ଥିକ ଅନିୟମିତତା ର ସତ୍ୟାସତ୍ୟ ଭିଜିଲାନ୍ସ କିମ୍ବା ଅନ୍ୟ କୌଣସି ବିଭାଗ ଦ୍ଵାରା କରାଇବାକୁ ଅନୁରୋଧ କରିଛନ୍ତି |
 ଯଦି ତାସତ୍ତ୍ୱେ ବି ସରକାରଙ୍କ ତରଫରୁ ମୟୁରଭଞ୍ଜ ଜିଲ୍ଲାର ପ୍ରାଥମିକ ଶିକ୍ଷା କୁ ନଷ୍ଟ କରିବା ପାଇଁ ଚାହୁଁଥିବା ଉକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କର ସମସ୍ତ ଦୁର୍ନୀତିର ପର୍ଦାଫାଶ କରିବା ପାଇଁ କୌଣସି ସରକାରୀ ଆଦେଶ ପ୍ରଦାନ ନ କଲେ ଜିଲ୍ଲା ମଧ୍ୟରେ ଯାଉଥିବା ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଉପରେ ହରତାଳ କରାଯିବ ବୋଲି ଭଞ୍ଜସେନା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |
Shrutilipi ad