ବାରିପଦା- ଏକ ନିଆରା ପ୍ରତିଯୋଗିତା ମେଣ୍ଢା ଲଢେଇ ପ୍ରତିଯୋଗିତା l ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ବାଘିଆଟାଙ୍ଗର ଗ୍ରାମ ଖେଳ ପଡ଼ିଆରେ ବହୁ ବର୍ଷ ହେଲା ଵହୁ ଆକର୍ଷଣୀୟ ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଆସୁଛି l ଏହି ପ୍ରତିଯୋଗୀତାରେ ମଢେଇକଚା ପଞ୍ଚାୟତର ଖେଜୁରୀ ଗ୍ରାମର ମେଣ୍ଢା ସହିତ ରାଇହରି ପଞ୍ଚାୟତର ବାଗଡେଗା ଗ୍ରାମର ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି ମେଣ୍ଢା ଲଢେଇ ଖେଳ ଦେଖିବାକୁ ପଡୋଶୀ ଝାଡଖଣ୍ଡ ,ପଶ୍ଚିମବଙ୍ଗ ଏବଂ ଆଖପାଖ ଏବଂ ଦୂରଦୂରାନ୍ତରୁ ଅଞ୍ଚଳରୁ ହଜାରହଜାର ଦର୍ଶକ ଛୁଟି ଆସିଥିଲେ । ଲୋକମାନଙ୍କର ମନରଞ୍ଜନ ପାଇଁ ସେଠାରେ ମେଳା ମଧ୍ଯ ଆୟୋଜନ ହୋଇଥାଏ ପ୍ରତ୍ୟେକ ବର୍ଷ। ଖେଳରେ ଖେଜୁରୀ ଗ୍ରାମର ମେଣ୍ଢା କୁ ବାଗଡେଗା ଗ୍ରାମର ମେଣ୍ଢା ଲଢେଇରେ ପରାସ୍ତ କରିଥିଲା ।ଆୟୋଜକ କମିଟି ତରଫରୁ ବିଜେତା ଦଳ ୨୭ ହଜାର ଟଙ୍କା ପୁରଷ୍କାର ଓ ହାରିଥିବା ମେଣ୍ଢା ପ୍ରଦାନ କରାଯାଇଥିଲା l ଏହି ଖେଳଟି ବହୁ ପ୍ରାଚୀନ ପାରଂପାରିକ ଖେଳ l ତାମିଲନାଡ଼ୁରେ ଯେଭଳି ଷଣ୍ଢ ଲଢେଇ ଖେଳ ଅନୁଷ୍ଠିତ ହୋଇ ଆସୁଛି ଏଠାରେ ସେମିତି ମେଣ୍ଢା ଲଢେଇ ଖେଳ ଅନୁଷ୍ଠିତ ହୋଇଆସୁଛି ।ଷଣ୍ଢ ଲଢେଇ ବିପଦଜନକ ଖେଳ ଓ ମୃତାହତ ହୋଇଥାନ୍ତି କିନ୍ତୁ ମେଣ୍ଢା ଲଢେଇ ଖେଳ ରେ କେହି ମୃତାହତ ହୋଇ ନ ଥାନ୍ତି । ଏହି ମେଣ୍ଢା ଲଢେଇ ଖେଳ କିପରି ଆଗକୁ ଅଧିକ ଆକିର୍ଷଣୀୟ ହେବ ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଥିବାର କମିଟିର ସଦସ୍ୟବୃନ୍ଦ ପ୍ରକାଶ କରିଛନ୍ତି।

