22

ଉଦୟନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏସିଡ୍ ଆକ୍ରମଣ ଉପରେ ସଚେତନତା

ରାଜ୍ୟ

କଟକ :  ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ସଚିବ ଜଗଦୀଶ ଚନ୍ଦ୍ର ଜେନା ଆଇନଜିବୀ ବିଜୟ କୁମାର ପଣ୍ଡା ସ୍ଥାନୀୟ ଓଲଟପୁର ଥାନା ଥାନାଅଧିକାରୀ କାଦମ୍ବିନୀ ପରିଡା ଯେଗ ଦେଇ ଏସିଡ ଆକ୍ରମଣରେ କ୍ଷତି ଗ୍ରସ୍ତ ପୀଡିତଙ୍କୁ କ୍ଷତିପୂରଣ ଯୋଜନା ଉପରେ ଆଲୋଚନା କରାଯାଇଥିଲା ।

33

ପୀଡିତ କ୍ଷତିପୁରଣ ସଂଶୋଧିତ ଯୋଜନା ୨୦୧୭ ଉପରେ ଆଲୋକପାତ କରାଯାଇଥିଲା। ପୀଡିତଙ୍କୁ ନିଶୁଳ୍କ ଆଇନ ସେବା ଯୋଗାଇଦେବା ସହିତ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ ବ୍ୟବସ୍ଥା ରହିଛି ବୋଲି ଉଲେଖ କରାଯାଇଥିଲା। କଲେଜ ଅଧକ୍ଷା ଡକ୍ଟର ଲୁଲୁମିନା ଦାଶ ଅଧ୍ଯକ୍ଷତା କରିଥିଲେ। ପ୍ରାଧ୍ୟାପିକା ଦୀପ୍ତିମୟୀ ତ୍ରୀପାଠୀ ସ୍ବାଗତ ଭାସଣ ଦେଇଥିଲେ, ପ୍ରାଧ୍ୟାପିକା ମଧୁସ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କଲେଜର ଛାତ୍ରଛାତ୍ରୀ ଏକ ସଚେତନତା ରାଲି କରିଥିଲେ। କଲେଜର ଶତାଧିକ ଛାତ୍ରଛାତ୍ରୀ ଯୋଗ ନେଇଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପକା କାଯ୍ୟକ୍ରମରେ ସହଯୋଗ କରିଥିଲେ ।

Shrutilipi ad