Img 20250921 wa0165

ବାରିପଦା ଠାରେ ରେ ଏକଦିବସୀୟ ଚିତ୍ରକଳା ପ୍ରତିଯୋଗିତା ଏବଂ କର୍ମଶାଳା ଅନୁଷ୍ଟିତ

ରାଜ୍ୟ
ବାରିପଦା :  ଚଳିତ ବର୍ଷ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଭାରତବର୍ଷ ବ୍ୟାପୀ  ‘ସେବା ପକ୍ଷ – ୨୦୨୫’ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ  ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସହଯୋଗରେ ବାରିପଦାସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଦିନିକିଆ ଚିତ୍ରକଳା ପ୍ରତିଯୋଗିତା ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପ୍ରତିଯୋଗିତା ଏବଂ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବୃତ୍ତିଭିତ୍ତିକ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରି “ବିକଶିତ ଭାରତ – ୨୦୪୭” ବିଷୟବସ୍ତୁ ଉପରେ ସେମାନଙ୍କର କାରୁକାର୍ଯ୍ୟର ଏବଂ ଜୀବନ୍ତ ସୃଷ୍ଟି ଉପସ୍ଥାପନ କରିଥିଲେ।
ପ୍ରତିଯୋଗିତା ପରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ, ତ୍ରିଲୋଚନ ଗିରି ଏବଂ ବିଚାରକ ମଣ୍ଡଳୀ ବୃନ୍ଦ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲେ।
ଏହି ପ୍ରତିଯୋଗିତା ରେ ବିଶିଷ୍ଟ ଶିକ୍ଷକ  ମହେନ୍ଦ୍ରନାଥ ଦଣ୍ଡପାଟ, ସମରଜୀତ ବେହେରା ଏବଂ କିଶୋର କୁମାର ସିଂ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ଗୁଡ଼ିକୁ ମୂଲ୍ୟାଙ୍କନ କରିବା ସହିତ ଉପସ୍ଥିତ ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।
ଏହି ପ୍ରତିଯୋଗିତାରୁ ମନୋନୀତ କଳାକୃତିଗୁଡ଼ିକୁ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରକଳା  ପ୍ରତିଯୋଗିତାରେ ପ୍ରଦର୍ଶିତ ହେବା ସହ ମୂଲ୍ୟାଙ୍କନ ହେବ।
ବୃତ୍ତିଭିତିକ ପ୍ରତିଯୋଗୀ ବର୍ଗରେ ଲଛମନ ବାସ୍କେ ପ୍ରଥମ ସ୍ଥାନ, କେଶବ କୃଷ୍ଣ ମହାନ୍ତ ଦ୍ଵିତୀୟ ସ୍ଥାନ ଓ ରଘୁରଞ୍ଜନ ସି ତୃତୀୟ ସ୍ଥାନ ଅଧିକାର କରିଥିଲେ।
ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ବର୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭଳର ବିନାୟକ ପ୍ରିତମ ବେହେରା  ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗରୁଡବସା, ବେତନଟୀର  ଦିବ୍ୟାଂଶୁ ବେହେରା ଦ୍ଵିତୀୟ ସ୍ଥାନ ଓ ବାରିପଦା ଉଚ୍ଚମାଧ୍ୟମିକ ବିଦ୍ୟାଳୟ , ବାରିପଦା-୨ ର ନିରଞ୍ଜନ ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ  l
ସେହିପରି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ବର୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଗରୁଡବସା, ବେତନଟୀର ବିଷ୍ଣୁପ୍ରିୟା ମହାପାତ୍ର ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗରୁଡବସା,ବେତନଟୀର ଉଦ୍ଧୃତି ମାଇତି ଦ୍ଵିତୀୟ ସ୍ଥାନ ଓ ଦ୍ଵରାଶୁଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଙ୍ଗରିପୋଷୀର ଅନ୍ଵେଷା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ.
ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସୁଭାଶିଷ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଚିତ୍ରଶିଳ୍ପୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।
Shrutilipi ad