Screenshot 2025 09 16 092806 750x376

ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଦେଶ - ବିଦେଶ

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍ ଭ୍ୟାଲି ଏବଂ ଉତ୍ତରାଖଣ୍ଡ ଡେଣ୍ଟାଲ୍ କଲେଜ ନିକଟରେ ଘଟିଛି, ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ଆସିଛି ବନ୍ୟା। ରାସ୍ତା ଉପରେ ଲହଡ଼ି ମାରୁଛି ବନ୍ୟା ଜଳ।

ବାଦଲଫଟା ବର୍ଷା ଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି। ନଦୀରେ ଫସିଥିବା ତିନିଜଣଙ୍କୁ ଏସଡିଆରଏଫ ଟିମ୍‌ ଉଦ୍ଧାର କରିଛନ୍ତି। ଏଥିସହ ଗାଡ଼ିମଟର ମଧ୍ୟ ଫସି ରହିଛି। ଡେରାଡୁନର ପ୍ରାଚୀନ ତପକେଶ୍ୱର ମହାଦେବ ମନ୍ଦିର ନିକଟରେ ବଡ଼ ବନ୍ୟା ଆସିଛି। ସନ୍ତୋଷୀ ମନ୍ଦିରରୁ ତପକେଶ୍ୱରକୁ ସଂଯୋଗ କରୁଥିବା ସେତୁ ଭାସିଯାଇଥିବା ଦେଖିବାକୁ ମିଳିଛି। କେଭି ବୀରପୁର ଓ ସେନା କ୍ଷେତ୍ରର ପଛ ଭାଗ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଛି। ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟ ନିକଟ ପୋଲ ରାସ୍ତା ଧୋଇଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏନଡିଆରଏଫ୍ ଓ ଏସ୍‌ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Shrutilipi ad