Accused 1 1068x601

ଅଟୋରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲା ପୋଲିସ

ରାଜ୍ୟ

ଭୁବେନଶ୍ବର: ଅଟୋରେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ଭୋଇକୁ ଗିରଫ କରିଛି। ଘଟଣାଟି ଭୁବନେଶ୍ଵରର ଗ୍ୟାରେଜ ଛକ ନିକଟରେ ଘଟିଥିଲା।

ସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଅଟୋରେ ଯାତ୍ରା କରୁଥିବାବେଳେ ତାଙ୍କ ନିକଟରେ ବସିଥିବା ଜଣେ ନିରଞ୍ଜନ ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ବିରୋଧ କରିବାରୁ ନିରଞ୍ଜନ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରି କି ଯୁବତୀଙ୍କୁ ରାସ୍ତାରେ ପକାଇ ଗୋଇଠା  ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିଛି।

Shrutilipi ad