Img 20250915 wa0200

ରକ୍ତଦାନ ଶିବିର ଅନୁଷ୍ଠିତ, ୨୯ ୟୂନିଟ ରକ୍ତ ସଂଗ୍ରହ

ରାଜ୍ୟ
ବାରିପଦା : କଂଗ୍ରେସ ଦଳ ତରଫରୁ ପ୍ରାକ୍ତନ  ପୌରାଧ୍ଯକ୍ଷ ପ୍ରାର୍ଥୀ ଭଜହରି ମହାନ୍ତଙ୍କ ବଳିଷ୍ଠ ଉଦ୍ୟମରେ  ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ  ଫିତା କାଟି ଶୁଭ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।କିଛିଦିନ ହେଲା  ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ  ଏବଂ ରକ୍ତ ଅଭାବରେ ରୋଗୀ ଅସୁବିଧା ପଡ଼ୁଥିବା ଖବର ପାଇ ଯୁବ କଂଗ୍ରେସ ନେତା ଭଜହରି ମହାନ୍ତଏକ ରକ୍ତଦାନ ଶିବିର ଆୟୋଜନ ପ୍ରୟାସ କରିଥିଲେ ।ରକ୍ତଦାନ ମହତ କାମ ।ଜଣଙ୍କ ରକ୍ତରେ ୩ ଟି ଅମୂଲ୍ୟ ଜୀବନ ବଞ୍ଚିବାରେ  ସହାୟକ ହୋଇଥାଏ ।ଜଣେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ୩ ମାସକୁ ଥରେ ରକ୍ତ ଦେଇପାରିବ ; କିଛି ଅସୁବିଧା ହେବ ନାହିଁ ।ବାମନଘାଟୀ ଉପଖଣ୍ଡର ବିଭିନ୍ନ ପ୍ରାନ୍ତରରୁ ୨୯ ଜଣ ରକ୍ତଦାତା ରକ୍ତ ଦେଇ ନିଜକୁ ଧନ୍ୟ ମଣିଥିଲେ । କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାର ଅଧିକାରୀ ଡ଼ାଃ ଏସ ଚଟୋପାଧ୍ଯାୟ,କରେନ୍ଦ୍ର ରଣା,ଚିରଞ୍ଜିବୀ ମହାନ୍ତି,ମହେଶ କୁମାର ମହାପାତ୍ର,ରାଇମାନ ସିଂ,ଜ୍ୟୋତିପ୍ରକାଶ ଗିରି,ମାନସ ରଞ୍ଜନ ଗିରି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।୬୧ ଥର ରକ୍ତଦାନ କରିଥିବା ରକ୍ତଦାତା ଯୁବ ରକ୍ତସାଥୀ ଗତିକୃଷ୍ନ ମହାନ୍ତ ଉପସ୍ଥିତ ରହି ସହାୟତା କରିଥିଲେ ।ସେହିଭଳି କଂଗ୍ରେସ ନେତା ଭଜହରି ମହାନ୍ତ, ଭାଗିରଥି ପାତ୍ର, ବୁଗୁଲା ଅମର ଦେଓ ହେମ୍ବ୍ରମ,ନସିମ ଅଖତାର,ଜୁମେଦ ଅଲ୍ଲି,ଵୁଗୁଲା ଅମରଦେଓ ,ମହମ୍ମଦ ଅଲ୍ଲି ଖାନନ,ଅନୁପ ସୋରେନ,ନିବେଦିତା ପାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Shrutilipi ad