Img 20250913 wa0210

ଜାତୀୟ ନାଟକ ମହୋତ୍ସବରେ ସୋମନାଥ ସିଂହ ସମ୍ବର୍ଦ୍ଧିତ 

ରାଜ୍ୟ
ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ଉଦଯାପିତ ହେବାକୁ ଯାଉଛି I ପ୍ରଥମଥର ପାଇଁ ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶାର ଭୁବନେଶ୍ୱର, କୋରାପୁଟ, ଢେଙ୍କାନାଳ, ବରହମପୁର, ଭବାନୀପାଟଣା, ବାଲେଶ୍ୱର, ରାଉରକେଲା, କରଞ୍ଜିଆ, ବାରିପଦା ସମେତ କୋଲକାତା ଓ ଆସାମର ନାଟ୍ୟସଂସ୍ଥା ତରଫରୁ ମଞ୍ଚସ୍ଥ ନାଟକ ଗୁଡିକ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା I ପ୍ରତ୍ୟେକ ସନ୍ଧ୍ୟାରେ ପ୍ରତିଷ୍ଠିତ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ମାନଙ୍କୁ ସଂସ୍ଥା ତରଫରୁ ସମ୍ମାନିତ କରାଯାଇଥିଲା I ପ୍ରତ୍ୟେକ ସନ୍ଧ୍ୟାର ମଞ୍ଚସ୍ଥ ନାଟକ ଗୁଡିକର ଖବରକାଗଜରେ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ I ତାଙ୍କର ଏହି ନିଷ୍ଠାପର ସେବା ପାଇଁ ୭ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ହାତରେ ଶ୍ରୀ ସିଂହ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏଥିପାଇଁ ସେ ସମସ୍ତ ସାମ୍ବାଦିକଙ୍କ ସମେତ ମହୋତ୍ସବର ସାଧାରଣ ସମ୍ପାଦକ ତଥା ପ୍ରତିଷ୍ଠିତ ଅଭିନେତା, ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି I ପ୍ରକାଶ ଥାଉକି ଶ୍ରୀ ସିଂହ ଜଣେ ମଞ୍ଚ ଅଭିନେତା ଭାବେ ଓଡିଶାର ବିଭିନ୍ନ ମଞ୍ଚରେ ବହୁ ନାଟକରେ ତଥା ଟେଲିଫିଲ୍ମରେ ମଧ୍ୟ ଅଭିନୟ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି I ଧୀର ବସାଙ୍କ ନିର୍ଦ୍ଦେଶନାରେ ପ୍ରଥମ ନାଟକରେ ଅଭିନୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ପରେଶ ଚନ୍ଦ୍ର ସାହୁ, ସନ୍ତୋଷ ମହାନ୍ତି, ବିମଳେନ୍ଦୁ ମଢୁଆଳ, ଶାନ୍ତନୁ ସିଂହ, ତ୍ରିଲୋଚନ ସାହୁ ଓ ଆଶିଷ କୁମାର ବସାଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଛନ୍ତି I
Shrutilipi ad