Img 20250913 wa0217

ବାରିପଦରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୫

ରାଜ୍ୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୫୫୩୯ ଟି ମାମଲା ମଧ୍ୟରୁ ୬୨୬୭ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୨,୭୧,୫୮,୪୨୭ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୬୫୭୫  ଗୋଟି ମାମଲା ମଧ୍ୟରୁ ୨୬୦ ଟି ମାମଲା ଅପୋଷ ବିଚାର ହୋଇ ୬୨ ଲକ୍ଷ ୨୨ ହଜାର ୭୬୪ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥ‌ିବା ଜଣା ପଡ଼ିଛି ।

ସେହିପରି ବକେୟା ଥ‌ିବା ବିଭିନ୍ନ ଶ୍ରେଣୀଭୁକ୍ତ ୮୯୬୪ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୫୩ ଟି ମଧ୍ୟରୁ ୫ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୧୧ ଟି ମାମଲା ମଧ୍ୟରୁ ୨୬ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୮୮ ଟି ରୁ ୨୨ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୬୬ ଟି ରୁ ୧୪ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୦୧ ଟି ମାମଲା ମଧ୍ୟରୁ ୫୮ ଟି, ରାଜସ୍ୱ ମାମଲା ୬୭୮୨ ଟି ମଧ୍ୟରୁ ୪୭୨୬ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୧୫୦ ଟି ମଧ୍ୟରୁ ୭୪ ଟି, ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୧୫୧୩ ଟି ମଧ୍ୟରୁ ୧୦୮୨ ଟି ମିଶାଇ ମୋଟ ୬୦୦୭ ଟି ମାମଲାର ଫଇସଲା କରାଯାଇ ମୋଟ ୨ କୋଟି ୦୯ ଲକ୍ଷ ୩୫ ହଜାର ୬୬୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା  ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀ ସୂର୍ଯ୍ୟ ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀମତୀ ପ୍ରଜ୍ୟୋତି ରାଉତ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଳ ଶ୍ରୀ ସୁମନ କୁମାର ମିଶ୍ର, ସିନିୟର ସିଭିଜ ଜଜ (ଏଲ୍.ଆର ଓ ଏଲ୍‌.ଡି.ଭି ) ଶ୍ରୀ ସୁଦାମ ଚରଣ ଦାଶ, ସିନିୟର ସିଭିଲ୍ ଜଜ ସତରୂପା ଶତପଥୀ , ଦ୍ଵିତୀୟ ଅତିରିକ୍ତ ସିନିୟର ସିଜିଲ ଜଜ ଡା. ନିଶାକର ସାହୁ, ଏସ. ଡି. ଜେ. ଏମ. ଶ୍ରୀମତୀ ଜୁୱେଲ ପଟ୍ଟନାୟକ, ଜେ. ଏମ. ଏଫ,ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏଫ.ସି କୁମାରୀ ମଧୁଶ୍ରବା ମହାନ୍ତି ଓ କୁମାରୀ ସୀମା ଅଗରୱାଲା ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥ‌ିବା ବିଭିନ୍ନ ବେଞ୍ଚ ରେ ନିଯୁକ୍ତ ଥ‌ିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ତାପସ କୁମାର ଦତ୍ତ, ପ୍ରଦୀପ କୁମାର ଜେନା, ସୁଶାନ୍ତ କୁମାର ବାରିକ, ଦାମୋଦର ସେଠୀ ଓ ବିଶାଲ ରାମ ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ବିଭିନ୍ନ ରାଷ୍ଟ୍ରାୟତ୍ତ/ ଘରୋଇ ବ୍ୟାଙ୍କ ଅଧିକାରୀ, ଟେଲିଫୋନ ବିଭାଗ, ବିଦ୍ୟୁତ ବିଭାଗ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Shrutilipi ad