Img 20250911 wa0182

ସନ୍ଥ ବିନୋବା ଭାବେଙ୍କ 131 ତମ ଜନ୍ମ ଜୟନ୍ତୀ ପାଳିତ 

ରାଜ୍ୟ
  • ଯୁବପିଢ଼ି ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ 
ବାରିପଦା : ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭବେଙ୍କ 131 ତମ ଜନ୍ମ ଜୟନ୍ତୀ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ମହାରାଜ ପୁର ସ୍ଥିତ ଓଆରଡ଼ି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି.
ଏହି ଅବସରରେ ଗାନ୍ଧିବାଦୀ ଆର୍ଯ୍ୟଭଟ ମହାନ୍ତି, ଶାରଦା ପ୍ରସାଦ ବାରିକ, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ, ଅନୁଷ୍ଠାନର ନିର୍ଦ୍ଦେଶକ ସାଇ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦେଇ ସନ୍ଥ ବିନୋବା ଗାନ୍ଧିଜୀଙ୍କର ବାସ୍ତବ ଉତ୍ତରଧିକାରୀ ଥିଲେ. ଭୂଦାନ ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ ଗ୍ରାମ ସ୍ବରାଜ୍ଯ ପ୍ରତିଷ୍ଠା କରିବା, ନିଶା ମୁକ୍ତ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା. ଆଜିର କଳୁଷିତ ସମୟରେ ଯୁବ ପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ. ଅତିଥି ମାନେ ସନ୍ଥ ବିନୋବାଙ୍କ ଫୋଟ ଚିତ୍ରରେ ସୁତାମାଳା ଅର୍ପଣ କଲା ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା. କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ.
Shrutilipi ad