ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି।

