Screenshot 2025 09 11 132150

ଭୁବନେଶ୍ୱରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା

ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଏଥିଲାଗି ଜମି ଚିହ୍ନଟ ସରିଛି। ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ନିର୍ମାଣ ହେଉଛି।

ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Shrutilipi ad