ବିଏମସି ବୈଠକରେ ହଟ୍ଟଗୋଳ; ଧାରଣାରେ ବସିଲେ କର୍ପୋରେଟର ରାଜ୍ୟ September 10, 2025ONNLeave a Comment on ବିଏମସି ବୈଠକରେ ହଟ୍ଟଗୋଳ; ଧାରଣାରେ ବସିଲେ କର୍ପୋରେଟର ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ସୂଚନା ମିଳିଛି । କର୍ପୋରେଟର ବନ୍ଦିତା ପାଲଙ୍କ ଅଭିଯୋଗ ମୁତାବକ, ଗତ ତିନି ବର୍ଷ ହେଲା ବୈଠକ ବସୁଛି, ବିଭିନ୍ନ ଏଜେନ୍ସି ଓ କଳି ଝଗଡ଼ାରେ ବୈଠକ ଶେଷ ହେଉଛି । ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି । କର୍ପୋରେଟରମାନଙ୍କୁ କେବଳ ଚିଠି କରିବାକୁ କହି ସବୁ ବିଭାଗ ତାଙ୍କ କାମ ସାରି ଦେଉଛନ୍ତି । ଆଉ ଚିଠି ବାବଦରେ ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି । ଉନ୍ନତି କଥା କହିଲେ ଟଙ୍କା ନାହିଁ ସରକାର ଦେଲେ ଖର୍ଚ୍ଚ କରାଯିବ ବୋଲି ବିଏମସି କହୁଥିବା ସେ ଅଭିଯୋଗ କରିଛନ୍ତି । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...