ବାରିପଦା – ବାରିପଦା ଡ଼ିଗ୍ରୀ କଲେଜ ଆନୁକୂଲ୍ୟରେ ଜିଲ୍ଲା ଉସୁ ସଂଘ ଦ୍ୱାରା ଅସ୍ମିତା ଖେଲ ଇଣ୍ଡିଆ ସିଟି ଲିଗ ଆୟୋଜନ କରାଯାଇଥିଲା। ଏହି ସିଟି ଲିଗ ଓଡିଶା ଉସୁ ସଂଘ ଦ୍ୱାରା ସ୍ୱୀକୃତି ପ୍ରଦାନ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜନ କରାଯାଇଥିଲା ଏଥିରେ ଜିଲ୍ଲା ରୁ ୧୫୦ ଜଣ ମହିଳା ଖେଳାଳି ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଦିବସରେ ଉସୁ ଓଡିଶା ସଂଘର ଚେୟାରମେନ ଏବଂ ଫାଉଣ୍ଡେସନର ପ୍ରେସିଡେଣ୍ଟ ସୁଧାଂଶୁ ଶେଖର ହରିଚନ୍ଦନ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ଉସୁ ଓଡିଶା ସଂଘର ସିଇଅ ପ୍ରଦାମୁଣୟନ ବେହେରା ଯୋଗ ଦେଇଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉସୁ ଓଡିଶାର ଉପ ସଭାପତି ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଉସୁର ଉପ ସଭାପତି ମଣିଶଙ୍କର ମହାନ୍ତ ଏବଂ ଜିଲ୍ଲା ସମ୍ପାଦକ ଈଶ୍ୱର ଚନ୍ଦ୍ର ମହାନ୍ତଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା

